ଦେଶୀ ମଦ ଜବତ ଜଣେ ଗିରଫ

ଓଡ଼ିଆ ବାର୍ତ୍ତା/ ନୂଆପଡା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲାରେ ବେଆଇନ ଦେଶୀ ମଦ କାରବାର ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ସିନାପାଲି ଅଞ୍ଚଳର ଖଇରପଦର ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଜେଲ ହାଜତକୁ ପଠାଯାଇଥ‌ିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସିନାପାଲି ଥାନା ଅନ୍ତର୍ଗତ ଘୁଚାଗୁଡ଼ା ପୋଷ୍ଟ ଅଧୀନ ଖଇରପଦର ଗ୍ରାମର ବୁନ୍ଦେଶ୍ବର ମାଝୀଙ୍କ ଘର ପଛପଟେ ବେଆଇନ ଭାବେ ଦେଶୀ ରନ୍ଧା ମଦ ଗଚ୍ଛିତ ରଖାଯାଇଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ବିଭାଗୀୟ ଅଧିକାରୀମାନେ ସମ୍ପୂକୁ ସ୍ଥାନରେ ପହଞ୍ଚି ଚଢ଼ାଉ କରିଥିଲେ। ଯାଞ୍ଚ ସମୟରେ ଘର ପଛପଟୁ ୩୦ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଥିଲା। ବେଆଇନ ଭାବେ ମଦ ଗଚ୍ଛିତ ରଖୁବା ଅଭିଯୋଗରେ ଅବକାରୀ ବିଭାଗ ପକ୍ଷରୁ ବୁନ୍ଦେଶ୍ବର ମାଝୀଙ୍କୁ ଗିରଫ କରାଯାଇଥିଲା। ଏନେଇ ଅବକାରୀ ମାମଲା ନଂ ୨୬୪/୨୦୨୬-୨୭ ରୁଜୁ କରାଯାଇଥିଲା। ୪ ନଭେମ୍ବର ୨୦୨୬ ଦିନ ପ୍ରାୟ ୧୧ଟା ୪୫ ମିନିଟ୍‌ରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ପରେ ସିନାପାଲି ଜେଏସ୍ଏଫ୍‌ସି ଅଦାଲତରେ ହାଜର କରାଯାଇଥିଲା। ଅଦାଲତଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ଖଡ଼ିଆଳ ଜେଲକୁ ବିଚାର ବିଭାଗୀୟ ହାଜତରେ ପଠାଯାଇଛି। ଏହି ଚଢ଼ାଉରେ ଅବକାରୀ ବିଭାଗର ବୈଜୟନ୍ତୀ ସବର ଓ ମଧୁସୂଦନ ସିଂହ ସାମିଲ ହୋଇଥିଲେ। ଅଞ୍ଚଳରେ ବେଆଇନ ମଦ ପ୍ରସ୍ତୁତି, ଗଚ୍ଛିତ ଓ ବିକ୍ରି ଉପରେ ନଜର ରଖୁବା ସହ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ତଦନୁ ଓ କାର୍ଯ୍ୟାନୁଷ୍ଠାନରୁ ସୃଷ୍ଟ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.