ମୁଣ୍ଡ ପରାଶର ପରିବାର ପକ୍ଷରୁ ମହର୍ଷି ପରାଶରଙ୍କ ଜନ୍ମୋତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ମହର୍ଷି ପରାଶରଙ୍କ ଜନ୍ମୋତ୍ସବ ତଥା ମୁଣ୍ଡ ପରାଶର ପରିବାର ଭବାନିପାଟଣା ପ୍ରାନ୍ତର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ  ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର, ଭବାନିପାଟଣା ପରିସରରେ ପାଳିତ ହୋଇଯାଇଛି। ପ୍ରାନ୍ତର ଅଧ୍ୟକ୍ଷ ମଳୟ କୁମାର ମୁଣ୍ଡଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସନ୍ତୋଷ କୁମାର ମୁଣ୍ଡ, ଜିଲ୍ଲା ଉପ ସଭାପତି ସୁଢଳଦେବ ମୁଣ୍ଡ, ଜିଲ୍ଲା ସମ୍ପାଦକ ହରିଶ୍ଚନ୍ଦ୍ର ମୁଣ୍ଡ, ଜିଲ୍ଲା ସଂଯୋଜକ ଜିତେନ୍ଦ୍ର କୁମାର ମୁଣ୍ଡ, ପୂର୍ବତନ ସଭାପତି ଡାକ୍ତର ଅଶୋକ କୁମାର ମୁଣ୍ଡ, ବରିଷ୍ଠ ଉପଦେଷ୍ଟା ତ୍ରିନାଥ ମୁଣ୍ଡ, ଦୀନବନ୍ଧୁ ମୁଣ୍ଡ, ବିଶିଷ୍ଟ ଯୋଗଗୁରୁ ଅଶୋକ କୁମାର ମୁଣ୍ଡ, ବୟୋଜ୍ୟେଷ୍ଠ ତ୍ରିନାଥ ମୁଣ୍ଡ, ଭବାନିପାଟଣା ସମ୍ପାଦକ ସୁଧୀର ରଞ୍ଜନ ମୁଣ୍ଡ, ସଂଯୋଜକ ଜଗନ୍ନାଥ ମୁଣ୍ଡ, ମନୋଜ ମୁଣ୍ଡ ଉପସ୍ଥିତ ଥିଲେ । ସର୍ବ ପ୍ରଥମେ ମହର୍ଷି ପରାଶରଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପରମେଶ୍ୱର ମୁଣ୍ଡ ପ୍ରାରମ୍ଭିକ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ନେହଲତା ମୁଣ୍ଡ ମହର୍ଷି ପରାଶରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । କୁନି ଝିଅ ପ୍ରିୟାଂଶୀ ମୁଣ୍ଡଙ୍କୁ ସମ୍ପୂର୍ଣ୍ଣ ଗୀତାର ସମସ୍ତ ଶ୍ଲୋକକୁ ମୁଖସ୍ଥ କରିଥିବାରୁ ସମ୍ମାନିତ କରାଯାଇଥିଲା । ମହିଳାମାନଙ୍କ ତଥା ପୁଅ ଝିଅ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରା ଯାଇ ପୁରସ୍କୃତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଜଗନ୍ନାଥ ମୁଣ୍ଡ, ହରିଶ୍ଚନ୍ଦ୍ର ମୁଣ୍ଡ ଓ ଡାକ୍ତର ଚିତ୍ତରଞ୍ଜନ ମୁଣ୍ଡ ସଂଯୋଜନା କରିଥିଲେ। ପରିଶେଷରେ ଭବାନିପାଟଣା ପ୍ରାନ୍ତର ଉପ ସଭାପତି ସନତ କୁମାର ମୁଣ୍ଡ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.