ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଯାଦବ ଭବନଠାରେ ମଙ୍ଗଳବାର ରେଖପୁର ଗୌନ୍ତିଆ ତଥା ନର୍ଲା ବ୍ଳକ୍ ଯାଦବ ସମିତିର ପୂର୍ବତନ ସଭାପତି ଟଙ୍କଧର ଭୋଇଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ନର୍ଲା ବ୍ଳକ୍ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ସଭାରେ ଉତ୍କଳ ଯାଦବ ମହାସଭାର ରାଜ୍ୟ ମହିଳା ସଭାନେତ୍ରୀ ସଞ୍ଜୁକ୍ତା ବେହେରା, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ଜିଲ୍ଲା ସାଧାରଣ ସମ୍ପାଦକ ତ୍ରିପୁରା ନାଏକ, ଜିଲ୍ଲା ଉପସଭାପତି ଯୁଧିଷ୍ଠିର ଗଉଡ, ଜିଲ୍ଲା ଯାଦବ ମହାସଭାର ଉପଦେଷ୍ଟା ନଳିନୀ ରଞ୍ଜନ ରାଉତ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ପିତବାସ ବେହେରା, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟିର ପୂର୍ବତନ ସଭାପତି ଗିରିଧାରୀ ଗଉଡ, ନର୍ଲା ବ୍ଳକ ଯାଦବ ସମିତି ଉପସଭାପତି ମାର୍କଣ୍ଡ ଜାଲ, ନର୍ଲା ଆଞ୍ଚଳିକ ଯାଦବ କମିଟି ସଭାପତି ସୁଧୀର ନାଏକ, ରୁପ୍ରା ଆଞ୍ଚଳିକ ଯାଦବ କମିଟି ସଭାପତି ଗୌରଚନ୍ଦ୍ର ଭୋଇ, ତୁଳାପଡା ଆଞ୍ଚଳିକ ଯାଦବ କମିଟି ସଭାପତି ଶଶିଦେବ ବଗର୍ତ୍ତି, ମାଣ୍ଡେଲ ଆଞ୍ଚଳିକ ଯାଦବ କମିଟି ସଭାପତି ନାରାୟଣ ଜାଲ, ଯାଦବ ନେତା ପଙ୍କଜ ଗଉଡ, ମୋହନ ବାଗ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଟଙ୍କଧର ଭୋଇଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ବର୍ଗତ ଟଙ୍କଧର ଭୋଇ ଦୀର୍ଘ ୪୪ ବର୍ଷଧରି ଯାଦବ ସମାଜର ଭବାନୀପାଟଣା ଉପଖଣ୍ଡ ସଭାପତି ଏବଂ ନର୍ଲା ବ୍ଳକ୍ ଯାଦବ ସମିତିର ସଭାପତି ଭାବେ କାର୍ଯ୍ୟ କରିଥିଲେ।





