ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା କଳାହାଣ୍ଡି ଦିବ୍ୟ ଜୀବନ ଶାଖାରେ ପୂର୍ବତନ ସଭାପତି ସ୍ବର୍ଗତ ପ୍ରଫେସର ଗୋପବନ୍ଧୁ ବେହେରା ଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଉପସଭାପତି ପଦ୍ମଲୋଚନ ମିଶ୍ର ପରିଚାଳନା କରିଥିଲେ। ଶାଖାର ସମସ୍ତ ସଦସ୍ଯ ସଦସ୍ୟା ସାମୁହିକ ଗୀତା ପାଠ ଏବଂ ସାମୁହିକ ମ୍ରୁତ୍ୟୁଞ୍ଜୟ ମନ୍ତ୍ର ଜପକରି ଗୁରୁବନ୍ଦନା କରିଥିଲେ। ସମ୍ପାଦକ ପ୍ରଶାନ୍ତ ପଣ୍ଡା ସଂଯୋଜନା କରିଥିଲେ ଏବଂ କୋଷାଧ୍ୟକ୍ଷ ସୁବାସ ଚନ୍ଦ୍ର ଖମାରୀ ଶାନ୍ତି ପାଠ କରିଥିଲେ। ଗୋକୁଳ ବିହାରୀ ପଣ୍ଡା, ଗୋପବନ୍ଧୁ ପଣ୍ଡା, ପ୍ରମୋଦ କୁମାର ପଣ୍ଡା, ବ୍ରଜ ମୁଣ୍ଡ, ଶ୍ରୀକାନ୍ତ ପଣ୍ଡା, ସୁଦେଷ୍ଣା ପଣ୍ଡା ପ୍ରମୂଖ ସ୍ବଗତଃ ଗୋପବନ୍ଧୁ ବେହେରାଙ୍କ ସ୍ମୁତି ଚାରଣ କରିବା ସହ ଅମର ଆତ୍ମା ର ସଦଗତି କାମନା ପୂର୍ବକ ୨ମି. ନୀରବ ପ୍ରାର୍ଥନା କରିଥିଲେ।






