ୟୁରିଆ ପାଇଁ ଚାଷୀ ହଟହଟା, ପେକ୍ସ ମାନଙ୍କରେ ଲାଗିଲା ଲମ୍ବାଧାଡି

କଳାହାଣ୍ଡି,୧୨/୯ (ନବୀନ କିଶୋର ସାହୁ) : କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ବୃଥା ଆସ୍ଫଳନ କରି ଡିଣ୍ଡିମ ପିଟୁଛନ୍ତି ବୋଲି କର୍ଲାମୁଣ୍ଡାର ଚାଷୀ ମହଲରୁ ମତ ପ୍ରକାଶ ପାଇଛି । ଏହାକୁ ଅଧିକ ସ୍ପଷ୍ଟ କରୁଛି ଚାଷୀଙ୍କ ଦୂର୍ଦଶା । ସୂଚନା ଯୋଗ୍ୟଯେ କର୍ଲାମୁଣ୍ଡା ବ୍ଲକରେ ୟୁରିଆର  ଘୋର ଅଭାବ ଦେଖାଯାଇଛି ।

ପ୍ରାଥମିକ କୃଷି ସମବାୟ ସମିତିକୁ ଯୋଗାଇ ଦିଆଯାଉଥିବା ୟୁରିଆର ପରିମାଣ ଅତ୍ୟନ୍ତ କମ ରହିଥିବା ବେଳେ ଚାଷିଙ୍କୁ ଅଧିକ ୟୁରିଆ ସାରର ଆବଶ୍ୟକତା ରହିଛି। କର୍ଲାମୁଣ୍ଡା ବ୍ଲକରେ କର୍ଲାମୁଣ୍ଡା, ରିଷିଡା ଓ ଯୋରାଡବ୍ରାକୁ ୧୫୦ କୁଇଣ୍ଟାଲ ଲେଖାଏଁ ୟୁରିଆ ସାର ପ୍ରେରଣା କରାଯାଇଛି ବୋଲି କୃଷି ଅଧିକାରି କହିଛନ୍ତି। ଏହି ୟୁରିଆ ସାର ପାଇବା ପାଇଁ ପେକ୍ସ ମାନଙ୍କରେ ଆଜି ସକାଳୁ ପ୍ରାୟ ପାଞ୍ଚ ଶହରୁ ଅଧିକ ଲୋକ ଲମ୍ବା ଧାଡି ଲଗାଇଥିବା ଦେଖିବାକୁ ମିଳିଛି।କର୍ଲାମୁଣ୍ଡା ପାଇଁ ୬ ଶହ ୫୦ କୁଇଣ୍ଟାଲ, ରିଷିଡା ପାଇଁ ୫ ଶହ କୁଇଣ୍ଟାଲ ଓ ଯୋରାଡବ୍ରା ୪ ଶହ କୁଇଣ୍ଟାଲ ୟୁରିଆ ସାର ଆବଶ୍ୟକତା ଥିବା ବେଳେ ମାତ୍ର ଦେଢ ଶହ କୁଇଣ୍ଟାଲ ୟୁରିଆ ସାର ପଠାଯିବା କେତେଦୁର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠୁଛି।

ବର୍ତମାନ ଚାଷ କ୍ଷେତରେ ଧାନ ଉଠିବା ସମୟରେ ୟୁରିଆ ସାରର ପ୍ରୟୋଗ ନିତାନ୍ତ ଆବଶ୍ୟକ ଥିବା ବେଳେ ସରକାରୀ ଓ ବେସରକାରି ଡିଲର ଠାରେ ଏହି ୟୁରିଆ ସାର ଉପଲବ୍ଧ ନାହିଁ। ଡିଲର ମାନେ ୟୁରିଆ ସାର ନିଜ ପାଖରେ ରଖି ଚଢା ଦରରେ ବିକ୍ରି କରୁଛନ୍ତି। ପ୍ରତିବର୍ଷ ଏହି ଚାଷ କ୍ଷେତରେ ଧାନ ଉଠିବା ସମୟରେ ୟୁରିଆ ସାରର କୃତିମ ଅଭାବ ଦେଖା ଦେଇଥାଏ। ଡିଲର ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପେକ୍ସ ମାନଙ୍କୁ କମ ପରିମାଣରେ ସାର ପଠାଯାଉଥିବା ଅଭିଯୋଗ ହେଉଛି।ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.