ଲାଞ୍ଜିଗଡ଼,୧୨/୯ : ଭାରତୀୟ ସଂସ୍କୃତିରେ ଗୁରୁଙ୍କ ଯଥେଷ୍ଟ ଗୁରୁତ୍ବ ରହିଛି । ବୈଦିକ କାଳରୁ ଆରମ୍ଭ କରି ବର୍ତ୍ତମାନର ସମୟ ପର୍ଯ୍ୟନ୍ତ ଗୁରୁ ନମସ୍ୟ ହୋଇ ରହିଛନ୍ତି । ପୂଜ୍ୟ ପୂଜା କ୍ରମରେ ସର୍ବାଗ୍ରେ ଗୁରୁ ବା ଶିକ୍ଷକଙ୍କ ନାମ ଆସିଥାଏ । ସେହି କ୍ରମରେ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଲାଞ୍ଜିଗଡଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକର ୬ଟି ଗ୍ରାମ ପଂଚାୟତର ୩୫ ପ୍ରଧାନଶିକ୍ଷକ, ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ଦ୍ରାଣାଚାର୍ଯ୍ୟ ସମ୍ମାନରେ ସମ୍ମାନୀତ କରାଯାଇଛି ।
ଲାଞ୍ଜିଗଡ଼ ବ୍ଲକରେ ଲାଞ୍ଜିଗଡ଼, ବସନ୍ତପଡ଼ା, ବାତେଲିମା, ଜଗନ୍ନାଥପୁର, ଛତ୍ରପୁର ଏବଂ ଚମ୍ପାଦେଇପୁରର କୃର୍ତୀ ଶିକ୍ଷକଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ ୟୁନିଟର ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ କହିଲେ, ଶିକ୍ଷା ଆମର ମାନସିକ ତଥା ଆତ୍ମାର ବିକାଶ କରିଥାଏ । ଶିକ୍ଷକ ସମାଜର ଆଲୋକ ବର୍ତିକା ସଦୃଶ । ଶିକ୍ଷକ ଶିକ୍ଷାର୍ଥଙ୍କୁ ଜ୍ଞାନର ଆଲୋକ ପ୍ରଦାନ କରାଇଥାନ୍ତି । ଲାଞ୍ଜିଗଡ଼ ଜନସାଧାରଣଙ୍କର ବିକାଶ ପାଇଁ ବେଦାନ୍ତ ପ୍ରତିଶ୍ରୁତିବଦ୍ଧ । ଏହି ଅବସରରେ ଶିକ୍ଷକ ମାନଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନୀତ କରାଯାଇଛି ।