ରାଧାମାଧବ ଯୁବକ ସଂଘ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମୋ ଭାରତ କଳାହାଣ୍ଡି ଶାଖା ନେତୃତ୍ୱରେ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ବକୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ରାଧାମାଧବ ଯୁବକ ସଂଘ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଯୋଗଦେଇ ରକ୍ତଦାନର ମହତ୍ତ୍ୱ ଓ ଏହା ଦ୍ୱାରା ଅନେକ ଜୀବନ ରକ୍ଷା ହୋଇପାରିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଞ୍ଚଳ ସାହୁ ସ୍ଥାନୀୟ ସରପଞ୍ଚ କ୍ଷିତିସୁତା, ଯୋରାଡବରା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକା ଜନ୍ ମେଥ୍ୟୁ ଏକ୍କା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ଭୋଇ, ପ୍ରକୃତି ବନ୍ଧୁ ସନତ କୁମାର ସାହୁ ଓ ସ୍ବେଛାସେବୀ ଅଶୋକ ସାହୁ ଓ ସମାଜ ସେବୀ ସୋମ୍ୟ ରଞ୍ଜନ ସାହୁ ସମେତ ରାଧାମାଧବ ଯୁବକ ସଂଘର ସଭାପତି ଚିନ୍ମୟ ସାହୁ, ସମ୍ପାଦକ ମଧୁ ସୁଦନ ସାହୁ, କୋଷାଧକ୍ଷ ପ୍ରଶାନ୍ତ ସାହୁ ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ। ଗାନ୍ଧୀଜୀଙ୍କ ସେବା, ମାନବିକତା ଓ ପରୋପକାରର ଆଦର୍ଶକୁ ସ୍ମରଣ କରି ଆୟୋଜିତ ଏହି ଶିବିରରେ ଯୁବକମାନଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ଉତ୍ସାହର ସହ ରକ୍ତଦାନ କରିଥିଲେ। ଭବାନୀପାଟଣା ବ୍ଲକ ବ୍ୟାଙ୍କରୁ ଏଲ ଟି କ୍ରିଷ୍ଣା ସାହୁ, ସଞ୍ଜିବୀ କୁମାର ମହାଖୁଡ଼, ଡିଓ ଜଞ୍ଜିର ପ୍ରସାଦ ବାଗ ଉପସ୍ଥିତ ରହି ସର୍ବମୋଟ ୩୪ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ରାଧାମାଧବ ଯୁବକ ସଂଘର ଏହି ପଦକ୍ଷେପକୁ ଅଞ୍ଚଳରେ ଜନ ସାଧାରଣ ପ୍ରଶଂସା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.