ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲାର ଜଣେ ଆଦର୍ଶ ଶିକ୍ଷକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଯାଦବ ସମାଜର ବରିଷ୍ଠ ମାର୍ଗଦର୍ଶକ ରୂପେ ନିଜ କାର୍ଯ୍ୟ ପାଇଁ ସମାଜ, ପରିବାର ବର୍ଗ ସହ ଅଞ୍ଚଳ ରେ ବେଶ ପରିଚିତ ବ୍ୟକ୍ତିତ୍ଵ ପର୍ଶୁରାମ ନିଆଲଙ୍କ ଆଜି ୮୫ ବର୍ଷରେ ମୃତ୍ୟୁ ହୋଇଯାଇଅଛି। ତାଙ୍କ ପରଲୋକରେ ଯାଦବ ସମାଜ, ଭାରତୀୟ ଜନତା ପାର୍ଟି ସମେତ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। ବୋଡ଼େନ ବ୍ଲକ ବିନୋପୁରୁ ସେ ଶିକ୍ଷକତା ଜୀବନ ଆରମ୍ଭ କରି ୧୯୯୭ ମସିହାରେ ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଥିଲେ। ଏହାପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ବୋଡେନ ବ୍ଲକ ସଭାପତି ଏବଂ ମଣ୍ଡଳ ସଭାପତି ହାୟିତ୍ଵ ନିର୍ବାହ କରିବା ସହ ୨୦୦୨ ମସିହା ରୁ ୨୦୦୭ ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ଦାୟିତ୍ୱ ନିର୍ବାହ କରି ଅଞ୍ଚଳର ସମସ୍ୟା ସୁଧାର ଆଣିବାରେ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ।





