ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ଠାରେ ଶିଶୁ ଦିବସ ତଥା ଶିଶୁ ଶିବିର ଓ କନ୍ୟା ଶିବିର ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ଠାରେ ପବିତ୍ର ଶିଶୁ ଦିବସ ତଥା ଶିଶୁ ଶିବିର ଓ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି। ବାଟିକା ବିଭାଗର ପ୍ରମୁଖ ଶ୍ରୀମତୀ ସୁକାନ୍ତି ଦାଶ, ଆଚାର୍ଯ୍ୟ ପ୍ରତିନିଧି ଶ୍ରୀ ମନୋଜ କୁମାର ମୁଣ୍ଡ, କନ୍ୟା ଶିବିର ର ପ୍ରମୁଖ ଶ୍ରୀମତୀ ରଶ୍ମିତା ପଣ୍ଡାଙ୍କ ତତ୍ୱାବଧାନ ରେ ସମସ୍ତ କାର୍ଯ୍ୟକ୍ରମ ହୋଇଥିଲା। କୁନି କୁନି ଶିଶୁଙ୍କ କ୍ରିୟାକଳାପ, ନାଚ ଗୀତ ଏବଂ ଷଷ୍ଠ ଶ୍ରେଣୀ ରୁ ଦଶମ ପର୍ଯ୍ୟନ୍ତ ଭଉଣୀ ଙ୍କ ଦ୍ୱାରା ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପାରିବେଷିତ ହୋଇଥିଲା। ଝିଅ ମାନଙ୍କ ମଧ୍ୟରେ କୁଇଜ, କୌତୁକିଆ ଖେଳ, ହସ୍ତକର୍ମ, ଅନ୍ତାକ୍ଷରୀ, ଝୋଟି ଇତ୍ୟାଦିର ଆୟୋଜନ କରାଯାଇଥିଲା। କୃତୀ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସମାରୋହରେ ମୁଖ୍ୟ ଅତିଥି ଥିଲେ ଡ଼. ମାନସ୍ବିନୀ ପାଣିଗ୍ରାହୀ, ସମ୍ମାନୀତ ଅତିଥି ବିଦ୍ୟମନ୍ଦିର ପ୍ରମୁଖ ସୁମତି ମୁଣ୍ଡ। ଉଦେଶ୍ୟ କଥନ କରିଥିଲେ ସୁମତି ମୁଣ୍ଡ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ତଥ୍ୟ ପ୍ରଦାନ କରିଥିଲେ ଡ ପାଣିଗ୍ରାହୀ। ଦ୍ଵିତୀୟ କଳାଂଶ ରେ ଆମନ୍ତଣ କରାଯାଇଥିଲା ଏ. ଏସ. ଆଇ ଶ୍ରୀମତୀ କୁନି ପାଢ଼ୀ। ଆଇନ ବିଷୟରେ ଏବଂ ଝିଅଙ୍କ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ ତଥ୍ୟ ପ୍ରଦାନ କରିଥିଲେ। ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ କୁମାରୀ ପ୍ରଧାନ। ସାମ୍ପ୍ରତିକ ପରିସ୍ଥିତିରେ ଝିଅ ମନେ କିପରି ସାମ୍ନା କରିବେ ଚୁମ୍ବକରେ ବୁଝାଇଥିଲେ। କାର୍ଯ୍ୟକ୍ରମଟି ପରିଚାଳନା କରିଥିଲେ ବନଶ୍ରୀ ଦାଶ। ବିଭିନ୍ନ ପ୍ରତିଯୋଗିତା ରେ ସହଯୋଗ କରିଥିଲେ ସନ୍ତୋଷିନୀ ଆଚାରୀ, ମୋନାଲି ମହାପାତ୍ର, ଜ୍ୟୋତିର୍ମୟୀ ମହାପାତ୍ର, ଲକ୍ଷ୍ମୀ ପ୍ରିୟା ସାହୁ, ପ୍ରୋମଦିନି ମହାରଣା, ରଶ୍ମି ମିଶ୍ର, ରାଜେଶ୍ୱରୀ ରଥ, ଅନିତା ପଣ୍ଡା, ସୁନିତା ରାଉଳ ସବିତା ପାଳ, ସ୍ଵାଗତିକା ପାଳ, ରଶ୍ମିରେଖା ସାମନ୍ତରାୟ ଏବଂ ବାଟିକା ବିଭାଗର ସମସ୍ତ ଗୁରଜୀ ଗୁରୁମା। ଧନ୍ୟବାଦ ଅର୍ପଣ କରିଥିଲେ ରଶ୍ମିତା ପଣ୍ଡା। କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ସେବକ ସେବିକା ଏବଂ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.