ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜୁ ଜନତା ଦଳ ବ୍ଲକ ସ୍ତରରେ ତାର ସାଙ୍ଗଠନିକ ପଦବୀ ଗୁଡିକରେ ଯୋଗ୍ୟ ଯୁବକ ମାନଙ୍କୁ ସଭାପତି ପଦବୀରେ ନିଯୁକ୍ତି ଦେଇ ଦଳ କୁ ମଜବୁତ୍ କରି ସାଂଗଠନିକ ଅଭିବୃଦ୍ଧି ନିମନ୍ତେ ତତ୍ପର ରହୁଛି। ଗତକାଲି ୧୪/୧୧ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକ ଓ ଏନ ଏ ସି ଗୁଡିକରେ ଯୁବ ବିଜେଡି ପାଇଁ ୧୯ ଜଣ ସଭାପତିଙ୍କୁ ନିଯୁକ୍ତି ଦେଇଛି ଦଳ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରାଜନୀତିରେ ଜଣେ ଆଗ ଧାଡିର ଯୁବ ନେତା ଜଣାଶୁଣା ଏବଂ ସକ୍ରିୟ ଯୁବ ସଂଗଠକ ଭାବେ ବେଶ୍ ପରିଚିତ ଘାସିରାମ ସାହୁ। ବର୍ତ୍ତମାନ ତାଙ୍କୁ ବିଜୁ ଯୁବ ଜନତା ଦଳ ନର୍ଲା ବ୍ଲକ ଯୁବ ସଭାପତି ଭାବେ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଅର୍ପଣ କରିଛି। ଏହି ଦାଇତ୍ବ ମିଳିବା ପରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି। ନର୍ଲା ଅଞ୍ଚଳରେ ଜଣେ ତୃଣମୂଳ ସ୍ତରର ପ୍ରଭାବଶାଳୀ ଯୁବନେତା ଭାବେ ଘାସିରାମ ଙ୍କ ସ୍ୱତନ୍ତ୍ର ପରିଚୟ ରହିଛି। ତେଣୁ ଏହି ନୂତନ ଦାୟିତ୍ବ ତାଙ୍କ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ ସେତିକି ବଡ଼ ଆହ୍ବାନ ମଧ୍ୟ। ବିଶେଷକରି ଯୁବବର୍ଗଙ୍କୁ ଏକାଠି କରିବା, ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଯୁବ ଶକ୍ତିକୁ ସଂଗଠିତ କରିବା ଏବଂ ରାଜ୍ୟ ସରକାର ତଥା ଦଳର ବିଚାର ଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ତାଙ୍କୁ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ପଡିବ। ନର୍ଲା ବ୍ଲକର ପ୍ରତିଟି ପଞ୍ଚାୟତ ଓ ଗାଁ ଗାଁରେ ଯେପରି ଯୁବକମାନେ ବିଜୁ ଜନତା ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳ ସହ ଯୋଡ଼ି ହେବେ। ସେଥିପାଇଁ ଘାସିରାମ ଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ। ମୋତେ ମୋର ପ୍ରିୟ ନେତା ନବୀନ ପଟ୍ଟନାୟକ ଯୋଗ୍ୟ ବିବେଚିତ କରି ନର୍ଲା ବ୍ଲକ ଯୁବ ବିଜେଡିର ସଭାପତି ଦାୟିତ୍ୱ ପ୍ରଦାନ କରିଛନ୍ତି। ଏହା ମୋ ପାଇଁ ବହୁତ ଗର୍ବର ବିଷୟ। ଦୀର୍ଘ ବର୍ଷରୁ ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ଦଳ ପାଇଁ କାମ କରି ଆସିଛି। ଏବେ ମୋର ପ୍ରିୟ ନେତା ମୋ ଉପରେ ଆସ୍ଥା ଓ ବିଶ୍ୱାସ ରଖି ମୋତେ ନର୍ଲା ବ୍ଲକ ସଭାପତି ଦାୟିତ୍ୱ ଅର୍ପଣ କରିଛନ୍ତି। ଦଳପାଇଁ ଦିନ ରାତି କମକରିବି। ମୋର ପ୍ରିୟ ନେତା ଙ୍କ ଆସ୍ଥା ଓ ବିଶ୍ୱାସ କୁ ବଳବତ୍ତର ରଖିବି। ଏଣୁ ମୋର ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ମୋର ପ୍ରିୟ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଉଛି ବୋଲି ନବ ନିର୍ବାଚିତ ଯୁବ ବିଜେଡି ସଭାପତି ଘାସିରାମ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।





