ଭବାନୀପାଟଣା ଛାତ୍ର ବିଜେଡିର ସଭାପତି ହେଲେ ଅରବିନ୍ଦ ସାହୁ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସମାଜସେବୀ ତଥା ଲଢୁଆ ଛାତ୍ର ନେତା ଅରବିନ୍ଦ ସାହୁ ଭବାନୀପାଟଣା ଛାତ୍ର ବିଜେଡି ର ସଭାପତି ଭାବେ ମନୋନୀତ ହୋଇଛନ୍ତି। ରାଜ୍ୟ ବିଜେଡି ସଭାପତି ତଥା  ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଓ ରାଜ୍ୟ ବରିଷ୍ଠ ବିଜେଡ଼ି ଉପ ସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ରଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଛାତ୍ର ବିଜେଡିର ନୂଆ କର୍ମକର୍ତ୍ତା ଘୋଷଣା କରାଯାଇଛି। ଭବାନୀପାଟଣା ସ୍ୱୟଂ ଶାସିତ ମହାବିଦ୍ୟାଳୟ (କଳାହାଣ୍ଡି ବିଶ୍ୱବିଦ୍ୟାଳୟ) ର ପୂର୍ବତନ ଛାତ୍ର ସଂସଦ ସହ-ସଂପାଦକ ଅରବିନ୍ଦ ସାହୁ ପୂର୍ବରୁ କଳାହାଣ୍ଡି ବିଜେଡିର ଜିଲ୍ଲା ସଂପାଦକ ଥୁଆପଦର ଗ୍ରାମ ପଞ୍ଚାୟତର ବିଜୁ ଯୁବ ବାହିନୀ କୋଷାଧ୍ୟକ୍ଷ ଓ ଭବାନୀପାଟଣା ଛାତ୍ର ବିଜେଡି ସଭାପତି ଭାବରେ ଅନେକ ଉନ୍ନତି କାର୍ଯ୍ୟ ଶିକ୍ଷା ସ୍ବାସ୍ଥ୍ୟ ରାସ୍ତା କୃଷି ମାନଙ୍କ କ୍ଷେତ୍ରରେ କରିଛନ୍ତି। ସେ ଭବାନୀପାଟଣା ଛାତ୍ର ବିଜେଡ଼ି ସଭାପତି ହୋଇଥିବାରୁ ଯୁବ ଛାତ୍ର ଓ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଆନନ୍ଦ ପ୍ରକାଶ ପାଇଛି। ଅରବିନ୍ଦ ହେଉଛନ୍ତି ଭବାନୀପାଟଣା ବ୍ଲକର ସର୍ବପୁରାତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶେଷଦେଵ ସାହୁଙ୍କ ୫ମ ପୁତ୍ର। ଶେଷଦେବ (୧୯୮୪-୯୦) ପଞ୍ଚାୟତ ସମିତିର ଚେୟାରମେନ ଥିବା ସମୟରେ ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁମିପୁତ୍ର ବିଜୁ ପଟ୍ଟନାୟକ ଙ୍କ ସହ ଭଲ ସଂପର୍କ ଥିଲା। ସେତେବେଳେ କଳାହାଣ୍ଡି ଜନତା ଦଳ ରେ ମଧ୍ୟ ସଭାପତି ରହିଥିବା ସମୟରେ ଅନେକ ଲୋକଙ୍କ ଉନ୍ନତି କରିଥିଲେ। ତାଙ୍କ ପୁତ୍ର ସଦର ବ୍ଲକ ଛାତ୍ର ବିଜେଡିରେ ସଭାପତି ହୋଇଥିବାରୁ ଅଞ୍ଚଳବାସୀ ଅନେକ କିଛି ଆଶା ରଖିଛନ୍ତି । କଳାହାଣ୍ଡି ବିଜେଡିର ସମସ୍ତ କର୍ମକର୍ତ୍ତାଙ୍କୁ ଅରବିନ୍ଦ ଧନ୍ୟବାଦ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.