ପୋଖରିରେ ଭାସୁଛି ଅଚିହ୍ନା ଶବ : ପୋଲିସର ତଦନ୍ତ ଆରମ୍ଭ

ବଲାଙ୍ଗିର,୧୯/୧୦ : ସ୍ଥାନୀୟ ଗେଟସର୍ବର ପଡା ପୋଖରୀରେ ସଖାଳୁ ସଖାଳୁ ଗାଧଉଥିବା ସମୟରେ କିଛି ମହିଳା ଦେଖିଥିଲେ ଏକ ଶବ ଭାସୁଛି । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଟାଉନ ପୋଲିସ ଓ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ କୂଳକୁ ଆଣିଥିଲେ। ଦେଖୁ ଦେଖୁ କିଛିସମୟ ମଧ୍ୟରେ ସବୁ ଆଡେ ଚହଳ ପଡିଗଲା। ଶବକୁ ଦେଖିବାପାଇଁ ଲୋକଙ୍କ ସୁଅ ଛୁଟିଥିଲା। ବର୍ତ୍ତମାନ ସୁଦ୍ଧା ଶବକୁ କେହି ଚିହ୍ନଟ କରି ପାରିନାହାନ୍ତି। ପୋଲିସ ଏକ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ଭୀମଭୋଇ ମେଡିକାଲକୁ ପଠାଇ ଦେଇଛି।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.