ଜୁନାଗଡ଼ ସିଟିଜେନସ୍ ଫୋରମ୍ ବୈଠକ 

ସହରର ରାସ୍ତା, ବିଜୁଳୀ ଓ ବିପର୍ଯ୍ୟସ୍ଥ ଡ୍ରେନେଜ ସିଷ୍ଟମକୁ ନେଇ ଉଦବେଗ ପ୍ରକାଶ 

ଜୁନାଗଡ଼,୨୦/୧୦ : କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ସ୍ଥିତ ଆରଏମସି ହଲଠାରେ ଜୁନାଗଡ଼ ସିଟିଜେନସ୍ ଫୋରମ୍ ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୃଷକ ନେତା ପ୍ରଶାନ୍ତ ପଟ୍ଟଯୋଷୀ ଯୋଗାଦେଇଥିବା ବେଳେ ଜୁନାଗଡ଼ ସିଟିଜେନସ୍ ଫୋରମ୍ ସଭାପତି ଅଶୋକ ପାତ୍ର, ସଂପାଦକ ବିଜୟ ବେହେରା, ସହ ସଂପାଦକ ସନ୍ତୋଷ ସିଂ, ଜୁନାଗଡ଼ ଏନଏସିର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଈଶ୍ୱର ପୂଝରୀ, ପୂର୍ବତନ ପୋଲିସ ଅଧିକାରୀ ଯୁଗଳ ନାଏକ, ବିଶିଷ୍ଠ ବ୍ୟକ୍ତି ବେଦପ୍ରକାଶ ଗୋଏଲ, ମୁକେଶ ଅଗ୍ରୱାଲ, ଆଦିତ୍ୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଜୁନାଗଡ ସହରର ରାସ୍ତା ଘାଟ, ବିଜୁଳି ସମସ୍ୟା ଓ ଡ୍ରେନେଜ ସିଷ୍ଟମ ଉପରେ ଉଦବେଗ ପ୍ରକାଶ ପାଇଥିଲା ଏବଂ ଏସମନ୍ଧରେ ସରକାରଙ୍କୁ ଅବଗତ କରିବା ପାଇଁ ପ୍ରସ୍ତବା ଗୃହିତ ହୋଇଥିଲା । 

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.