ରାୟଗଡ,୧/୧୨ : ରାୟଗଡ ଜିଲ୍ଲା କାଶିପୁର ବ୍ଲକ ସ୍ଥିତ ଉତ୍କଳ ଆଲୁମିନାର ଓଷାପଡ଼ାରେ ଥିବା ଉତ୍କଳ ହସ୍ପିଟାଲରେ ପ୍ରାଥମିକ ଚକ୍ଷୁ ଚିକିତ୍ସା କେନ୍ଦ୍ର ଉଦ୍ଘାଟିତ ହୋଇଛି । ଏଲ୍.ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ରାୟଗଡ଼ା ଏବଂ ମିଶନ ଫର ଭିଜନ୍ ର ମିଳିତ ପରିଚାଳିତ ଚକ୍ଷୁ ଚିକିତ୍ସା କେନ୍ଦ୍ରକୁ ଉକ୍ରଳ ଆଲୁମିନାର ୟୁନିଟ୍ ମୁଖ୍ୟ ଏନ୍ ନାଗେଶ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଛନ୍ତି ।
ପ୍ରାଥମିକ ଚକ୍ଷୁ ଚିକିତ୍ସା କେନ୍ଦ୍ରରେ ମାଗଣାରେ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯିବାର ସୂଚନା ଦିଆଯାଇଥିଲା । ଚକ୍ଷୁ ପରୀକ୍ଷା ପରେ ଆବଶ୍ୟକ ସ୍ଥଳେ ଲୋକଙ୍କୁ ଉଚିତ ମୂଲ୍ୟରେ ଚଷମା ଯୋଗାଇ ଦିଆଯିବ । ପ୍ରତିଦିନ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି କେନ୍ଦ୍ରରେ ଲୋକେ ନିଜ ଚକ୍ଷୁ ସମସ୍ୟା ନେଇ ଡାକ୍ତରଙ୍କୁ ସାକ୍ଷାତ କରିପାରିବେ ବୋଲି କୁହାଯାଇଛି । ସେହିପରି ଗରିବ ଶ୍ରେଣୀର ଲୋକଙ୍କ ଚକ୍ଷୁ ଅସ୍ତ୍ରୋପଚାର ସହିତ ରହିବା ଏବଂ ଖାଇବା ମାଗଣାରେ କରାଯିବ ବୋଲି ସୂଚନା ଦିଆଯାଇଥିଲା ।
ଏହି ଉଦ୍ଘାଟନୀ ଉତ୍ସବରେ ଉତ୍କଳ ଆଲୁମିନା ଏଚ୍ଆର୍ (ଆଇଆର୍) ଓ ଉକ୍ରଳ ଆଲୁମିନା ହସ୍ପିଟାଲ୍ ପକ୍ଷରୁ ଟି ଏମ ପ୍ରକାଶ, ହସ୍ପିଟାଲ୍ ଜିଏମ୍ ଡକ୍ଟର ରବିନ୍ଦ୍ର ରାୟ ଚୌଧୁରୀ, ଜି ଉମାଶଙ୍କର, ମିଶନ ଫର ଭିଜନର ବରିଷ୍ଠ ପ୍ରବନ୍ଧକ ଶୁଭ୍ରକାନ୍ତ ଭଟ୍ଟାଚାର୍ଯ୍ୟ, ଅମିତ ମଣ୍ଡଳ, ଦାମୋଦଙ୍କ ସମେତ ଏଲ୍ଭି ଚକ୍ଷୁ ଚିକିତ୍ସାଳୟ ଉପ ନିର୍ଦେଶକ ନିରଞ୍ଜନ କୁମାର, ରାୟଗଡ଼ା କେନ୍ଦ୍ର ପ୍ରଶାସକ ଦୀନେଶ କୁମାର, ଆଡମିନ ମ୍ୟାନେଜର ଦେବାଶିଷ ଦାଶ ପ୍ରମୁଖଙ୍କ ସମେତ ସ୍ତାନୀୟ ଅଂଚଳବାସୀ ଉପସ୍ଥିତ
ଥିଲେ ।