କବି ଦୀପକ ବୋଷଙ୍କ ଗ୍ରନ୍ଥ ‘କହି ଜାଣିଲେ କଥା ସୁନ୍ଦର’ ଲୋକାର୍ପିତ

● ଓଡ଼ିଆ ଭାଷା ବିକାଶ ଆନ୍ଦୋଳନର କାର୍ଯ୍ୟଧାରାକୁ ଅତିଥି କଲେ ତାରିଫ୍

ବାଲେଶ୍ୱର,୨୬/୧୨(କୃଷ୍ଣ କୁମାର ମହାନ୍ତି): ବାର୍ଷିକ ପଲ୍ଲିଶ୍ରୀ ମେଳା ‘ଏକ୍ସପୋ’ ବାଲେଶ୍ଵର ଆଇଟିଆଇ ପଡିଆରେ ଆରମ୍ଭ ହୋଇଥିବା ବେଳେ ପ୍ରବଳ ଜନଗହଳି ଭିତରେ ଆଜି ମେଘୁଆ ପାଗ ଓ ବର୍ଷା ଯୋଗୁଁ ଗହଳି କମିଛି ସତ କିନ୍ତୁ ଓଡ଼ିଆ ଭାଷା ପାଇଁ କାର୍ଯ୍ୟ କରୁଥିବା ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ର ଷ୍ଟଲରେ ଲୋକାର୍ପିତ ହୋଇଛି କବି ଦୀପକ ବୋଷଙ୍କ ଗ୍ରନ୍ଥ ‘କହି ଜାଣିଲେ କଥା ସୁନ୍ଦର’।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଉତ୍ସବରେ ଅତିଥି ମାନେ କହିଲେ, ବକ୍ତୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଭବିଷ୍ୟତରେ ଭଲ ଭାଷଣ ଦେବାର ଗୌରବ ଅର୍ଜ୍ଜନ କରିଥାଆନ୍ତି। ଛାତ୍ରଛାତ୍ରୀମାନଙ୍କୁ ବକ୍ତୃତା କଳା ସମ୍ପର୍କରେ ଶିକ୍ଷାଦାନ କରିବା ପାଇଁ ତଥା ବକ୍ତୃତା ଦେବାର କଳା ଓ କୌଶଳ ସମ୍ପର୍କରେ ଅବଗତ କରାଇବା ପାଇଁ ଓଡିଆ ଭାଷା ବିକାଶ ଆନ୍ଦୋଳନ ତରଫରୁ ଯେଉଁ ପ୍ରଚେଷ୍ଟା ଜାରି ରହିଛି ତାହାର ଫଳଶ୍ରୁତି ସ୍ବରୂପ ପ୍ରକାଶ ପାଇଛି ଦୀପକ ବୋଷଙ୍କ ରଚିତ ‘କହି ଜାଣିଲେ କଥା ସୁନ୍ଦର’ (ବକ୍ତୃତା ଦେବାର କଳା କୌଶଳ)’ ଗ୍ରନ୍ଥ। ଏକ୍ସପୋର ତୃତୀୟ ସନ୍ଧ୍ୟାରେ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କର ସଭାପତିତ୍ୱରେ ଏହି ଗ୍ରନ୍ଥଟିକୁ ‘ରେବତୀ’ର ସମ୍ପାଦିକା ତଥା ସମାଜସେବୀ ସୁବାସିନୀ ଜେନା, କେନ୍ଦ୍ର ସାହିତ୍ୟ ଏକାଡେମୀର ପ୍ରତିନିଧି କବି ବିମଳ ଜେନା ତଥା ‘ସମାଜ’ର ବରିଷ୍ଠ ସାମ୍ବାଦିକ କୁଳମଣି ବାରିକ ମିଳିତ ଭାବେ ଉନ୍ମୋଚନ କରିଥିଲେ।

Udyog Nursery
Udyogi Nursery

ଓଡିଆ ଭାଷା ବିକାଶ ଆନ୍ଦୋଳନ ଦ୍ୱାରା ପ୍ରକାଶିତ ଗ୍ରନ୍ଥଗୁଡ଼ିକ ଓଡିଆ ଭାଷାର ମୂଳଦୁଆ ନିର୍ମାଣରେ ଲାଗି ପାରିବ ବୋଲି ବକ୍ତାମାନେ ଆଶା ପ୍ରକଟ କରିଥିଲେ। ବିଶିଷ୍ଟ ସମାଲୋଚକ ତଥା କବି ଡକ୍ଟର ହରିଶ୍ଚନ୍ଦ୍ର ବେହେରା ବହିଟିକୁ ଆଲୋଚନା କରି ଏଥିରେ ଥିବା ବୈଶିଷ୍ଟ୍ୟାବଳୀର ଚର୍ଚ୍ଚା କରିଥିଲେ। ସାଧାରଣ ସଂପାଦକଗାଳ୍ପିକ ନିବାରଣ ଜେନା ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ତପନ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ଚାଟ୍ଟାର୍ଜୀ, କଲ୍ୟାଣୀ ନନ୍ଦ, ବିଦ୍ୟାଧର ସାହୁ, ବିଦ୍ୟାଧର ସେଠୀ, ସୁପ୍ରିୟା ବୋଷ୍, ଟୁପୁର୍, ପୁରୁଷୋତ୍ତମ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.