ଲକ୍‌ଡ଼ାଉନ ସମୟରେ ଶିକ୍ଷା ଦାନ କରି ଉଦାହରଣ ପାଲଟିଛନ୍ତି ଶିକ୍ଷକ

କଳାହାଣ୍ଡି : ଶିକ୍ଷକତା ଆଜିର ସମାଜରେ କେବଳ ବୃତ୍ତି ଭାବରେ ପରିଗଣିତ ହେଉଥିବାବେଳେ ଆଜି ବି ଏମିତି କିଛି ଶିକ୍ଷକ ଅଛନ୍ତି ଯୋଉମାନେ ବିଦ୍ୟାଳୟକୁ ମନ୍ଦିର ଓ ଶିକ୍ଷାଦାନକୁ ବ୍ରତ ଭାବରେ ଗ୍ରହଣ କରନ୍ତି । ଜଣେ ଶିକ୍ଷକ ସମାଜର ଅନେକ ପରିବର୍ତ୍ତନର ସୂତ୍ରଧର ହେଇଥିବାବେଳେ ସରକାରୀ ଶିକ୍ଷକମାନେ କେବଳ ନିଜ ଦାୟିତ୍ୱ ନିର୍ବାହ କରିବାକୁ ତତ୍ପର ହେଉଥିବାବେଳେ ଏଇ ସଂକଟମୟ ପରିସ୍ଥିତିରେ ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାମାଜିକ ଦୂରତା ସହିତ କୋମଳମତି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ପଂଚାୟତ ବଡ଼ ପିଟାମାଲ ପ୍ରାଥମିକ ବିଦ୍ୟାଳୟ, ପ୍ରଥମରୁ ପଂଚମ ଶ୍ରେଣୀ ରହିଛି । ୨୦୧୦-୨୧ ଚଳିତ ଶିକ୍ଷା ବର୍ଷରେ ୪୬ ଛାତ୍ରଛାତ୍ରୀ ଅଛନ୍ତି । ସ୍କୁଲରେ ଭଲ ଶିକ୍ଷା ଦାନ କାରଣରୁ ପାଖରେ ଅଧକିଲୋମିଟର ଦୂରରେ ଥିବା ଅର୍ନ୍ତଲା ଗ୍ରାମର ୧୮ଜଣ ଛାତ୍ରଛାତ୍ରୀ ଯଥା ପ୍ରଥମ ଶ୍ରେଣୀରେ ତିନି ଜଣ, ଦ୍ୱିତୀୟ ଶ୍ରେଣୀରେ ଜଣେ, ତୃତୀୟ ଶ୍ରେଣୀରେ ଚାରିଜଣ, ଚତୁର୍ଥ ଶ୍ରେଣୀରେ ଆଠ ଜଣ ଏବଂ ପଂଚମ ଶ୍ରେଣୀରେ ଦୁଇଜଣ ଛାତ୍ରଛାତ୍ରୀ ବଡ଼ ପିଟାମାଲ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି ।

ଅର୍ନ୍ତଲା ଗ୍ରାମରେ ବି ପ୍ରାଥମିକ ବିଦ୍ୟାଳୟ ରହିଥିବାବେଳେ କିନ୍ତୁ ଅଭିଭାବକମାନେ ନିଜ ଗାଁରେ ନାମ ଲେଖାଇବା ପରିବର୍ତ୍ତେ ବଡ଼ ପିଟାମାଲ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇଛନ୍ତି । ତେବେ ଗତ କିଛି ଦିନ ହେଲା ପ୍ରଧାନ ଶିକ୍ଷକ ରମେଶ କୁମାର ସାହୁ ଗତ ପ୍ରାୟ ପାଂଚମାସର ବିଦ୍ୟାଳୟ ବନ୍ଦ ରହିଥିବା କାରଣରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଘୋର ପ୍ରଭାବ ଦେଖାଦେଇଥିବା ଅନୁଭବ କରି ଗତ କିଛି ଦିନ ହେଲା ସେ ଅନ୍ତର୍ଲାରେ ଥିବା ଶ୍ରୀରାମ ମଣ୍ଡପରେ ସାମାଜିକ ଦୂରତା ସହିତ ସକାଳ ଦଶ ଘଂଟାରୁ ମଧ୍ୟାହ୍ନ ୧ଘଂଟା ପର୍ଯ୍ୟନ୍ତ ଶିକ୍ଷାଦାନ କରୁଛନ୍ତି । ନିଜେ ସେ ଏହି କାମରେ ଆତ୍ମତୃପ୍ତି ମିଳୁଥିବା କହିଥିବାବେଳେ ଅଭିଭାବକମାନେ ନିଜ ପୁଅଝିଅମାନେ କୋଭିଡ଼ ନିୟମ ରକ୍ଷା ପୂର୍ବକ ଶିକ୍ଷା ଲାଭ କରୁଥିବାରୁ ବେଶ ଖୁସି ଥିବା ପ୍ରକାଶ କରିଛନ୍ତି । ଶ୍ରୀ ସାହୁଙ୍କ ଏଭଳି ଉଦ୍ୟମ ଯେ, ଅନ୍ୟ ସରକାରୀ ଶିକ୍ଷକଙ୍କ ଆଗରେ ଉଦାହରଣ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.