‘ସାମ୍ବିଧାନିକ ଅଧିକାର ପାଇଁ ଲଢେଇ ହେବ’

ଗନ୍ଧରାବନ୍ଧରେ ଯୁବ ଯାଦବ ସମ୍ମିଳନୀ

ବଲାଙ୍ଗିର: ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ଗ୍ରାମରେ ବ୍ଲକ ଯୁବ ଯାଦବ ମହାସଭା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବଙ୍ଗୋମୁଣ୍ଡା ବ୍ଲକ ଯୁବ ଯାଦବ ମହାସଭା ସଭାପତି ଘନଶ୍ୟାମ ମନହିରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ନୂଆପଡା ଜିଲ୍ଲା ଯାଦବ ବିକାଶ ପରିଷଦ ଅଧ୍ୟକ୍ଷ କପିଳେନ୍ଦ୍ର ଭୋଇ ଯାଦବ, ବଲାଙ୍ଗିର ୟୁଥ ଏକ୍ସନ କମିଟି ସଭାପତି ବିନୋଦ କଲସାଏ ଯାଦବ, ଭାରତୀୟ ମଜଦୁର କଂଗ୍ରେସ ନୂଆପଡା ଜିଲ୍ଲା ସଂପାଦକ କୁଞ୍ଜବିହାରୀ କଟା ଯାଦବ, ଖଡିଆଲ ବ୍ଲକ ଯାଦବ ବିକାଶ ପରିଷଦ ସମ୍ପାଦକ ହେମସାଗର ନାଗ ଯାଦବ, ଯୁବ ସଂଗଠକ ଭୁଜବଲ ନାଗ ଯାଦବ, ହରେଶ ବଗର୍ତ୍ତି ଯାଦବ ପ୍ରମୂଖ ଯୋଗ ଦେଇଥିଲେ।

ପ୍ରତ୍ୟେକ ପଞ୍ଚାୟତର ଯୁବକମାନଙ୍କୁ ସଂଗଠିତ କରି ସମାଜର ଅଗ୍ରଗତି କରିବାକୁ ବୈଠକରେ ସଂକଳ୍ପ ନିଆଯାଇଥିଲା। ଶିକ୍ଷା କ୍ଷେତ୍ରରେ ଅନଗ୍ରସରଙ୍କୁ ସହାୟତା, ସ୍ବାସ୍ଥ୍ୟକ୍ଷେତ୍ରରେ ସଚେତନତା ଓ ସହଯୋଗ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଥିବା ଅଧିକାର ପାଇଁ ଆଗାମୀ ଦିନରେ ଲଢେଇ ହେବ ବୋଲି ମଞ୍ଚାସୀନ ଅତିଥି ଆହ୍ବାନ ଦେଇଥିଲେ।

ଯୁବ କଣ୍ଠଶିଳ୍ପୀ ରାସବିହାରୀ ଘିଭେଳା ସ୍ବାଗତ ସଂଗୀତ ଗାନ କରିଥିଲେ। ଧନଞ୍ଜୟ ବାଗ ସଭା ସଂଯୋଜନା କରିଥିବାବେଳେ ହୁଳେଶ୍ବର ହଂସ ଧନ୍ୟବାଦ ଅର୍ପଣ କରିଥିଲେ।

ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.