ବିଶ୍ଵନାଥପୁର ସ୍ବାସ୍ଥ୍ୟକେନ୍ଦ୍ରର ବନ୍ଦ ହୋଇଥିବା ଓପିଡି ସେବା ସ୍ୱାଭାବିକ

କଳାହାଣ୍ଡି/ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଲାଞ୍ଜିଗଡ଼ ବ୍ଲକର ଅଭ୍ୟନ୍ତରୀଣ ଗାଁ ଗୁଡ଼ିକରେ ମଧ୍ୟ ସଂକ୍ରମିତ ଚିହ୍ନଟ ହେବା ପ୍ରସାଶନର ମୁଣ୍ଡବ୍ୟଥାର କାରଣ ପାଲଟିଛି। ବ୍ଲକର ବିଶ୍ୱନାଥପୁର ହସ୍ପିଟାଲରେ ଜଣେ ଡାକ୍ତର ଗତ ଶନିବାର କରୋନା ପଜିଟିଭ୍ ଚିହ୍ନଟ ହେବାପରେ ୩ ଦିନ ପାଇଁ ଓପିଟି ସେବା ବନ୍ଦ କରାଯାଇଥିବା ବେଳେ ବୁଧବାର ପୁଣି ଓପିଟି ସେବା ସ୍ବାଭାବିକ ହୋଇଛି। ବ୍ଲକର ଲାଞ୍ଜିଗଡ଼, ବିଶ୍ଵନାଥପୁର, ଚମ୍ପାଦେଇପୁର, ବସନ୍ତପଡା, ଛତ୍ରପୁର, ଜଗନ୍ନାଥପୁର ଆଦି ପଞ୍ଚାୟତ ପରେପରେ ଲାଞ୍ଜି ପଞ୍ଚାୟତର ମୂଷାନାଳ, କାଣ୍ଡାମା, କୋକେଲକୁବୁରୀ, ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତର ମଧୁପୁର, ପାଣିମୁଣ୍ଡା ଆଦି ସ୍ଥାନରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି।କୈଣସି ଟ୍ରାଭେଲ୍ ହିଷ୍ଟ୍ରି ନଥାଇ ବିଜେପୁର ପଞ୍ଚାୟତର କଲାକୁପା ଗାଁର ଦିବ୍ୟାଙ୍ଗ ମହିଳା ସଂକ୍ରମିତ ହେବା ପରେ କଲାକୁପା ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବ୍ଲକର ବିଶ୍ଵନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବ୍ଲକର ୨୦ ଟି ପଞ୍ଚାୟତ ତଥା ରାୟଗଡ଼ା ଜିଲ୍ଲାର ପାଞ୍ଚଟି ପଞ୍ଚାୟତ ନିର୍ଭର କରୁଥିବା ବେଳେ ସେଠାରେ ଜଣେ ଡାକ୍ତର ପଜିଟିଭ ବାହାରିବା ପରେ ଓପିଡି ସେବା ବନ୍ଦ କରାଯାଇଥିଲେ ମଧ୍ୟ ହସ୍ପିଟାଲକୁ ଆସୁଥିବା ରୋଗୀମାନଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦିଆ ଯାଉଥିଲା। ଅପରପକ୍ଷରେ ଏଠାରେ ନିଯୁକ୍ତ ଅଫିସର ଡ଼ାକ୍ତର ଇନ୍ଦ୍ର କୁମାର ନାଥାନୀଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ତାଙ୍କ ବଦଳରେ ନୂତନ ଭାବେ ଗତ ୧୨ ତାରିଖ ଦିନ ଡ଼ାକ୍ତର ବେଣୁଧର ରାଉତଙ୍କୁ ଦାଇତ୍ୱ ଦିଆଯାଇଛି।

Udyog Nursery
Udyogi Nursery

ଏଣୁ କିଛି ଦିନ ହେଲା ବିଗିଡି ଯାଉଥିବା ଲାଞ୍ଜିଗଡ଼ ବ୍ଲକ ସ୍ବାସ୍ଥ୍ୟବିଭାଗ ନୂଆ ମେଡ଼ିକାଲ ଅଫିସର ଯୋଗ ଦେଇଥିବା ଯୋଗୁଁ ରୋଗୀସେବାରେ ସୁଧାର ଆସିବ ବୋଲି ଅଞ୍ଚଳବାସି ଖୁସି ପ୍ରକାଶ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

 

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.