କରିବା ରକ୍ତ ଦାନ, ବଂଚାଇବା ଜୀବନ

ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

କଳାହାଣ୍ଡି: ‘କରିବା ରକ୍ତ ଦାନ, ବଂଚାଇବା ଜୀବନ’ ଭଳି ଏହି ମହତ୍ୱପୂର୍ଣର୍ ଉକ୍ତିକୁ ସାର୍ଥକ କରିବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ । ଓଡ଼ିଶା ମୋ ପରିବାର ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ନର୍ଲା ବିଧାୟକ ଭୂପିନ୍ଦର ସିଂହଦେଓଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଇଯାଇଛି । କରୋନା ସମୟରେ ରକ୍ତର ଅଭାବ କାରଣରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଲିଥିବା ଓଡ଼ିଶା ମୋ ପରିବାର ତଥା ଜୀବନ ବିନ୍ଦୁ ର ନର୍ଲା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ର ସୌଜନ୍ୟତାରେ କାର୍ଯ୍ୟକ୍ରମ ଅବସରରେ ଆଜି କର୍ଲାମୁଣ୍ଡାଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ରହି ସମସ୍ତ ରକ୍ତ ଦାତା ତଥା ଆୟୋଜକଙ୍କୁ ଉତ୍ସାହିତ କରିଥିଲେ ।

ଏଥିରେ କର୍ଲାମୁଣ୍ଡା ବିଜେଡ଼ି ବ୍ଲକ ସଭାପତି ସୁରେନ୍ଦ୍ର ସାହୁ, ମ.ରାମପୁର ବ୍ଲକ ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ, ଜିଲ୍ଲା ପରିଷଦ ସଭ୍ୟ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂହଦେଓ, ଭବାନୀଶଙ୍କର ନିଆଲ, ଜାକୀର ହୁସେନ, ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ପ୍ରଦୀପ ଦା. ତାପସ ଭୋଇ, ପିଂଟୁ ରଣା, ଭବାନୀ ଶଙ୍କର ସାହୁ, ଘିନୁ ସାହୁ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଜିଲ୍ଲା ବ୍ଲଡ଼ ବ୍ୟାଙ୍କ୍ ତରଫରୁ ଡ଼ାକ୍ତର ଏବଂ କର୍ମଚାରୀମାନେ ରକ୍ତ ଦାନ ଶିିବିର ପରିଚାଳନା କରିଥିଲେ । ଏହି ଅବସରରେ ସମସ୍ତ ରକ୍ତଦାତାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.