ଲାଞ୍ଜିଗଡ଼ରେ ଦଶ ବର୍ଷ ହେଲା ପାନୀୟ ଜଳ ଯୋଗାଣ ବନ୍ଦକୁ ନେଇ ୪ ପଡାବାସୀ ଅସନ୍ତୁଷ୍ଟ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ସହରଠାରେ ପୁଣି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଆଜିକୁ ପ୍ରାୟ ୧୦ ବର୍ଷ ହେଲା ୪ ଗୋଟି ପଡ଼ାରେ ଜଳ ଯୋଗାଣ ବନ୍ଦ ହୋଇ ଥିବା ଯୋଗୁଁ ଲାଞ୍ଜିଗଡର ଶାନ୍ତିନଗର, ବଜାରପଡା, ଆଶ୍ରମପଡା ଓ କୁମ୍ଭାରପଡ଼ାରେ ପାନୀୟ ଜଳ ପାଇଁ ଲୋକେ ନାହଁ ନଥିବା ଅସୁବିଧା ଭୋଗୁଛନ୍ତି। ସବୁଠାରୁ ପାନୀୟ ଜଳର ମୁଖ୍ୟ ସମସ୍ୟା ଦେଖା ଦେଇଛି ଲାଞ୍ଜିଗଡ଼ ଶାନ୍ତି ନଗର ପଡାରେ । ଏହି ପଡ଼ାରେ ପ୍ରାୟ ୪ ଶହରୁ ଅଧିକ ଲୋକ ବସବାସ କରୁଥିବା ବେଳେ ଆଜିକି ୧୦ ବର୍ଷ ହେଲା ଜଳଯୋଗାଣ ବନ୍ଦ ରହିଛି।ଫଳରେ ପଡାବାସୀ ଦୁଇ ଗୋଟି ନଳକୂପରେ ପାନୀୟ ଜଳ ଠିକ୍ ଭାବରେ ବାହାରୁ ନଥିବା ଯୋଗୁଁ ସୁକିଲି ନାଳରୁ ଦୂଷିତ ପାଣି ବ୍ୟବହାର କରୁଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୨୦୦୯ ମସିହାରେ ଲାଞ୍ଜିଗଡ ନିକଟରେ ଥିବା ବଂଶୀଧାର ନଦୀରୁ ଜଳ ଯୋଗାଣ ପାଇଁ ୧ କୋଟି ୩୦ ଲକ୍ଷ ବିନିମୟରେ ଦୁଇ ଗୋଟି ପାଣି ଟାଙ୍କି ନିର୍ମାଣ ହୋଇଥିଲା।କିନ୍ତୁ ଦୁଇ ଗୋଟି ଟାଙ୍କି ମଧ୍ୟରୁ ଗୋଟିଏ ଟାଙ୍କି ବ୍ୟବହାର ହେଉଥିବା ବେଳେ ଅନ୍ୟଟି ଅଧୁରା ହୋଇ ପଡ଼ିଥିଲା।ବର୍ତ୍ତମାନ ଅଞ୍ଚଳ ବାସୀଙ୍କ ବାରମ୍ବାର ଅଭିଯୋଗ ପରେ ୨୦୨୦ ମସିହାରେ ତାହା ସମ୍ପୂର୍ଣ୍ଣ ହୋଇଥିଲା।ପୂର୍ବରୁ ଗୋଟିଏ ଟାଙ୍କିରୁ ହିଁ ଲାଞ୍ଜିଗଡ ସହରକୁ ପାଇପ ବିଛା ଯାଇଥିଲା।ଏହି ସମୟରେ ଲାଞ୍ଜିଗଡ଼ର ଏହି ୪ ଗୋଟି ପଡାକୁ ମଧ୍ୟ ପାନୀୟ ଜଳ ଯୋଗାଣ ପାଇଁ ପାଇପ ବିଛା ଯାଇଥିଲା।କିନ୍ତୁ ନିମ୍ନ ମାନର ପାଇପ ଓ କାମ ଯୋଗୁଁ ସେସବୁ ବାରମ୍ବାର ଫାଟି ଯାଉଥିବା ଫଳରେ ୨୦୧୦ ମସିହାଠାରୁ ଏହି ପଡା ମାନଙ୍କରେ ଲାଗିଥିବା ପାଣି ପାଇପକୁ ଆଉ ବନା ଗଲା ନାହିଁ।ଫଳରେ ଏହି ୪ ଗୋଟି ପଡାବାସୀ ବାରମ୍ବାର ପଞ୍ଚାୟତ ତଥା ବ୍ଲକ ଅଫିସକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା କହିଛନ୍ତି। ପାନୀୟ ଜଳର ସଙ୍କଟ ପାଇଁ ବିଭିନ୍ନ ସମୟରେ ନିଜ ନିଜ ମଧ୍ୟରେ ପାଟିତୁଣ୍ଡ ଦେଖିବାକୁ ମିଳୁଛି।

Udyog Nursery
Udyogi Nursery


ବର୍ତ୍ତମାନ ଏହି ୪ ଗୋଟି ପଡା ଲୋକେ ପାନୀୟ ଜଳ ପାଇଁ ଲାଞ୍ଜିଗଡ ବଂଶୀଧାର ନଦୀରୁ ପାଇପ ଯୋଗେ ଆସୁଥିବା ପାଣି ଉପରେ ନିର୍ଭର କରିଥିଲେ। କିନ୍ତୁ ଶାନ୍ତି ନଗର ପଡ଼ାରେ ନଳକୂପ ୨ଟି, ବଜାର ପଡ଼ାରେ ଗୋଟିଏ, ଆଶ୍ରମ ପଡ଼ାରେ ୩ ଗୋଟି ଓ କୁମ୍ଭାରପଡ଼ାରେ ଗୋଟିଏ ଥିଲେ ମଧ୍ୟ ପ୍ରାୟ ୧୫ ଶହ ଲୋକଙ୍କ ପାଇଁ ପାଣି ସମ୍ଭବ ହେଉନାହିଁ।ଗତ ୨୦୦୯ ମସିହା ଅଗଷ୍ଟ ମାସରେ ଆରମ୍ଭ ହୋଇଥିବା ପାନୀୟ ଜଳ ଯୋଗାଣ କିଛିଦିନ ସମ୍ଭବ ହୋଇଥିଲା।କିନ୍ତୁ ୨୦୧୦ ମସିହାରୁ ପାଇପ ଫାଟିଥିବା ଯୋଗୁଁ ଆଜି ପର୍ଯ୍ୟନ୍ତ ଏହି ପାନୀୟ ଜଳ ଯୋଗାଣରୁ ବଞ୍ଚିତ ଅଛନ୍ତି ଲାଞ୍ଜିଗଡ଼ ୪ ଗୋଟି ପଡାର ଲୋକେ।

ଜଳଯୋଗାଣକୁ ନେଇ ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷକୁ ଅଭିଯୋଗ କରିବା ନିତି ଦିନିଆ ହୋଇଛି ବୋଲି ଗଣମାଧ୍ୟମ ପ୍ରତିନିଧି ଆଗରେ ୪ ଗୋଟି ପଡାବାସୀ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଲାଞ୍ଜିଗଡ଼ ବ୍ଲକ ଜଳଯୋଗାଣ ଦାଇତ୍ୱରେ ଥିବା ଯନ୍ତ୍ରୀ ମୋହନ ଚରଣ ସିଆଲଙ୍କୁ ପଚାରିବାରୁ ବର୍ତ୍ତମାନ ଲାଞ୍ଜିଗଡ଼ ସହର ପାଇଁ ଆଉ ଗୋଟିଏ ଓଭରଉଆଲ ପାଣି ଟାଙ୍କି ଦରକାର ସର୍ଭେ କରି ଟେଣ୍ଡର ହେଲା ପରେ ଆସନ୍ତା ବର୍ଷ କାମ ଆରମ୍ଭ କରି ସମସ୍ତଙ୍କ ଘରକୁ ଜଳ ଯୋଗାଣ ଦିଆଯିବ ବୋଲି ପ୍ରକାଶ କରିଥିଲେ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.