ମଣିଷକୁ ଆଉ ଶାନ୍ତିରେ ରଖାଇ ଦେଉନାହାନ୍ତି ହାତୀପଲ

ଭାଙ୍ଗିଲେ ଘର, ଫସଳ କଲେ ନଷ୍ଟ

ଲାଞ୍ଜିଗଡ଼ ବ୍ଲକରେ ପୁଣି ହାତୀ ଆତଙ୍କ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକର କିଡିଙ୍ଗ ଅଞ୍ଚଳରେ ଦେଖାଦେଇଛି ଜଙ୍ଗଲି ହାତୀ ଉପଦ୍ରବ। ରାତ୍ରୀ ସମୟରେ ନିକଟସ୍ଥ ଧରମକାଁଣି ଜଙ୍ଗଲରୁ ହାତୀପଲ ଆସି କିଡିଙ୍ଗ ଗ୍ରାମର କଳାକୁଟୁ ଶବରଙ୍କ ଘର ଭାଙ୍ଗିବା ସହ ଘରେ ଥିବା ଚାଉଳ ଖାଇବା ସହ ବାସନ କୁଶନ ମଧ୍ୟ ନଷ୍ଟ କରିଛନ୍ତି। ପରେ କିଡିଙ୍ଗ ଓ କାଉକୁଡ଼ା ଗାଁର ବହୁ ଲୋକଙ୍କ ଧାନ, ମକା ଓ ପନିପରିବା ଫସଲ ନଷ୍ଟ କରିଥିବା ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୂଚନା ମୁତାବକ ଏହି ହାତୀପଲ ବ୍ଲକର ବିଭିନ୍ନ ପଞ୍ଚାୟତରେ ଲୋକଙ୍କ ଫସଲ ନଷ୍ଟ କଲା ପରେ ଗତ ୧ ତାରିଖରେ ବେଡାଗାଁ ପଞ୍ଚାୟତ ଧାନ ଫସଲ ନଷ୍ଟ କରି ସାନ ମାଝୀ(୬୦)ଙ୍କୁ ତାଙ୍କ ଚାଷ ଜମିରେ ଆକ୍ରମଣ କରିବା ଯୋଗୁଁ ମୃତ୍ୟୁ ଘଟିଥିଲା। ଏହା ପରେ ପୁଣି ୧୬ ଗୋଟି ହାତୀପଲ ଏହି ବ୍ଲକ ଅର୍ନ୍ତଗତ ଲାଞ୍ଜିଗଡ଼ରୋଡ ପଞ୍ଚାୟତର କିଡିଙ୍ଗ ବିଟ୍ ଧରମକାଁଣି ଜଙ୍ଗଲ ଆଡକୁ ମୁହାଁଇ ଥିଲା ବେଳେ ଅନ୍ୟ ଏକ ଦଳ ୧୩ ଗୋଟି ହାତୀପଲ ଲାଞ୍ଜିଗଡ଼ରୋଡ଼ ବିଟ୍ ଲାଞ୍ଜିପଦର ଠାରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Udyog Nursery
Udyogi Nursery


ବୁଧବାର ହାତୀପଲ୍ଲ ନିଲମ୍ବିତ ରାତି ୧୨ଟାରେ କିଡିଙ୍ଗ ଗ୍ରାମର କଳାକୁଟୁ ଶବରର ଘର ଭାଙ୍ଗି ଘରେ ଥିବା ଚାଉଳ ଓ ବାସନ କୁସନ ନଷ୍ଟ କରିଥିଲେ। ଏହାସହ ଧନୁ ଶବରଙ୍କ ୫ ଏକର ଧାନ ଫସଲ, ଅହିରାଜ ଶବରଙ୍କ ଧାନ ଫସଲ ୧ ଏକର, ଭୂପତି ଶବରଙ୍କ ଧାନ ଓ ମକା ୨ ଏକର, ବେଣୁଧର ଶବରଙ୍କ ଧାନ ଓ ମକା ୨ ଏକର, ଉଦ୍ଧବ ଶବରଙ୍କ ମକା ୨୫ ଡିସମିଲ, କୈଳାସ ଶବରଙ୍କ ଧାନ ୫୦ ଡିସମିଲ, ରବି ଶବରଙ୍କ ଧାନ ୫୦ ଡିସମିଲ, ଯୁଜନେ ଶବରଙ୍କ ମକା ୨୦ ଡିସମିଲ, ବିଶ୍ୱନାଥ ଶବରଙ୍କ ଧାନ ଓ ମକା ୧ ଏକର, ଲୁଚନ ଶବରଙ୍କ ମକା ୨ ଏକର, ମହାଦେବ ଶବରଙ୍କ କପା ୫୦ ଡିସମିଲ, କୁନ୍ତ ଶବରଙ୍କ ଧାନ, ମକା ଓ ବାଇଗଣ ଚାଷ ୨ ଏକର, ଥବିର ଶବରଙ୍କ ମକା ୧ ଏକର ଓ ତହସିଲ ମାଝୀଙ୍କ ଧାନ ୧ ଏକର ନଷ୍ଟ କରିଛନ୍ତି।


ବନ ବିଭାଗ ପକ୍ଷରୁ ସିକେରକୁପା ସେକ୍ସନ ବନପାଳ ଚିତ୍ତରଞ୍ଜନ ବେହେରା, ପରେଷ୍ଟ ଗାର୍ଡ ସୁହାଗ ରଞ୍ଜନ ପଣ୍ଡା ଓ ବବ୍ଲୁ ନାଏକ, ଏଲିଫେଣ୍ଟ ସ୍କୁଆଡ଼ ଚନ୍ଦ୍ର ଶବର, ରାଜ ନାଏକ, ଦଶରଥ ନାଗ, ବିନୋଦ ଛତ୍ରୀଆ,ଚନ୍ଦ୍ର ହରିଜନ ଓ ଗ୍ରାମର ଲୋକମାନେ ମିଶି ହାତୀପଲକୁ ଘଉଡ଼ାଇ ଥିଲେ।ଏନେଇ ସିକେରକୁପା ବନପାଳ ଚିତ୍ତରଞ୍ଜନ ବେହେରାଙ୍କୁ ପଚାରିବାରୁ ବର୍ତ୍ତମାନ ୨୯ ଗୋଟି ହାତୀପଲ ୨ ଗୋଟି ଦଳରେ ଭାଗ ହୋଇଛନ୍ତି।ବର୍ତ୍ତମାନ ଆମେ ଦୁଇ ଦିନ ହେଲା ରାତିଦିନ ହାତୀ ଘଉଡ଼ାଉଛୁ। କିଡିଙ୍ଗ ଓ କାଉକୁଡ଼ା ଅଞ୍ଚଳରେ ଲୋକଙ୍କ ବିଭିନ୍ନ ଫସଲ ନଷ୍ଟ କରିଛନ୍ତି।କ୍ଷୟକ୍ଷତି ଆକଳନ ପରେ ଆମ ତରଫରୁ ଯାହା ସହଯୋଗ ହେବ ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.