ବୁଦ୍ଧିରାମ ସାହୁ ହେଲେ ମ.ରାମପୁର ବ୍ଲକ ଆତ୍ମା ର ଅଧ୍ୟକ୍ଷ

କଳାହାଣ୍ଡି/ନର୍ଲା (ନବୀନ କିଶୋର ସାହୁ) ମ.ରାମପୁର ବ୍ଲକ ଆତ୍ମା ଅଧ୍ୟକ୍ଷ ଭାବରେ ମନୋନୀତ ହୋଇଛନ୍ତି ବରିଷ୍ଠ କୃଷକ, ରାଜନେତା ତଥା ସମାଜସେବୀ ବୁଦ୍ଧିରାମ ସାହୁ। ମ.ରାମପୁର କୃଷିଅଧିକାରୀଙ୍କ କାର୍ଯ୍ୟାଳୟରେ ବିଡ଼ିଓ ରୁମାନା ଜାଫ୍ରି, କୃଷି ଅଧିକାରୀ ନିହାର ରଞ୍ଜନ ନାଏକ ଏବଂ ଆତ୍ମାର ୨୫ଜଣ ନବନିର୍ବାଚିତ ସଦସ୍ୟ ସଦସ୍ୟାଙ୍କ ଉପସ୍ଥିତରେ ମ.ରାମପୁର ବ୍ଲକ ଆତ୍ମା ଅଧ୍ୟକ୍ଷ ଭାବେ ଶ୍ରୀଯୁକ୍ତ ସାହୁ ମନୋନୀତ ହୋଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଜିଲ୍ଲା ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂଦେଓ, ବିଜେଡି ମ.ରାମପୁର ବ୍ଲକ ସଭାପତି ଗୋବିନ୍ଦ ଶଥପଥି ପ୍ରମୁଖ ଉପସ୍ଥିତ ଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ମ.ରାମପୁର ଆତ୍ମାର ନୂତନ ଅଧ୍ୟକ୍ଷ ବୁଦ୍ଧିମାନ ସାହୁ ମୁଡିଙ୍ଗ ଗ୍ରାମପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଓ ଅଞ୍ଚଳର ଜଣେ ସମ୍ମାନସ୍ପଦ ବ୍ୟକ୍ତିତ୍ବ ଭାବେ ବେଶ ଜଣାଶୁଣା। ତାଙ୍କର ଏହି କୃତିତ୍ବ ପାଇଁ ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ ସମେତ ବ୍ଲକର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଶ୍ରୀଯୁକ୍ତ ସାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନବନିର୍ବାଚିତ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ କୃଷି ଓ କୃଷକର ଉନ୍ନତି ପାଇଁ ଉତ୍ତମ ଭାବରେ ନିଜର କାର୍ଯ୍ୟ ସଂପାଦନା କରିବେ ବୋଲି ମତ ପ୍ରକାଶ କରିଛନ୍ତି।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.