ରାୟଗଡ: ରାୟଗଡ ଜିଲ୍ଳା ପ୍ରଶାସନ ତରଫରୁ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସାରା ଜିଲ୍ଳାରେ ସମସ୍ତ ବ୍ଳକ ମୁଖ୍ୟାଳୟ ଠରେ ଏକ ସମୟରେ କିଶୋର ବାଳିକାମାନଙ୍କୁ ନେଇ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନେ ଏହାର ଦାୟିତ୍ୱ ନେଇ ଶୋଭାଯାତ୍ରା ଆୟୋଜନ ସହ ଗଣ ଶପଥ ପାଠ କରାଇଥିଲେ । ସେହିପରି ଅପରାହ୍ନରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳ ଠାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।
ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଳା ଆଇନ ସେବା ପ୍ରାଧିକରଣର ସଂପାଦକ ମନୋରଂଜନ ମିଶ୍ର, ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଅନନ୍ତ ନାରାୟଣ ମହାନ୍ତିଙ୍କ ସମେତ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ରମେଶଚନ୍ଦ୍ର ନାୟକ, ଜିଳ୍ଳା ସମାଜ ମଙ୍ଗଳ ଅଧିକାରିଣୀ ୱାହିଦା ବେଗମ ଏବଂ ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି ପ୍ରମୁଖ ଯୋଗ ଦେଇ ଆଜିର ଦିନରେ କିଶୋରୀ କିଶୋରୀ ବାଳିକାମାନଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଆମ ସମସ୍ତଙ୍କର ପ୍ରମୁଖ ଦାୟିତ୍ୱ ରହିଛି ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ । ମହିଳା ଓ କିଶୋରୀ ବାଳିକା ମାନଙ୍କୁ ସୁରକ୍ଷା ସହିତ ମାଗଣା ଆଇନ ସେବା ଉପଲବ୍ଧ କରାଇ ଦେବା ପାଇଁ ଉପସ୍ଥିତ ଜିଲ୍ଳା ଉପ ଆରକ୍ଷୀ ଅଧୀକ୍ଷକ ଓ ଜିଲ୍ଳା ଆଇନ ସେବା ପ୍ରାଧିକରଣମର ସଂପାଦକ ମନୋରଂଜନ ମିଶ୍ର ପ୍ରତିଶୃଥି ପ୍ରଦାନ କରିଥିଲେ ।
ଏହି ଅବସରରେ ଶିଶୁ ଓ କିଶୋରୀ ବାଳିକାମାନଙ୍କୁ ସୁରକ୍ଷା ନିଶ୍ଚିତ କରାଉଥିବା ଯୋଗୁଁ ରାୟଗଡ ଜିଲ୍ଳାର ୬ଜଣ ଅଙ୍ଗନୱାଡି କର୍ମୀ,୪ଜଣ ସୁପର ଭାଇଜର, ଚାଇଲ୍ଡ ଲାଇନ ଟିମ ସଦସ୍ୟ ତଥା ଜାତି ସମାଜର ମୁଖୃଆମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ସଙ୍ଗେ ସଙ୍ଗେ ନିଜର ବାଲ୍ୟ ବିବାହକୁ ନିଜେ ମନା କରି ଜିଲ୍ଳା ପ୍ରଶାସନ ସହାୟତାରେ ବିବାହ ବନ୍ଦ କରାଇ ସାହସିକତାର ପରିଚୟ ଦେଖାଇଥିବା ଯୋଗୁଁ ୬ଜଣ କିଶୋରୀ ବାଳିକାଙ୍କୁ ଜିଲ୍ଳା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଠିକ୍ ସେହିପରି ଶିଶୁ ସୁରକ୍ଷା ନିଶ୍ଚିତ କରିବା ଦିଗରେ ପ୍ରମୁଖ ଅବଦାନ ଯୋଗୁଁ ଶକ୍ତି ଚାଇଲ୍ଡ ଲାଇନ ଓ ପଲ୍ଳି ବିକାଶ ଚାଇଲ୍ଡ ଲାଇନର ସଦସ୍ୟମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଳା ସମାଜ ମଙ୍ଗଳ ବିଭାଗର ମିଳିତ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନାୟକ, ଡିଏସଡବ୍ଳ୍ୟୁଓ ଓ୍ବହିଦା ବେଗମ ଏବଂ ଜିଲ୍ଳା ବାଲ୍ୟ ବିବାହ ପରାମର୍ଶଦାତା ରତ୍ନେଶ୍ୱର ସାହୁ ପରିଚାଳନା କରିଥିଲେ ।
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
https://facebook.com/odiabarta