ଭବାନୀପାଟଣା ଛାତ୍ର ବିଜେଡ଼ି ସଭାପତି ଅରବିନ୍ଦ ସାହୁଙ୍କ ନେତୃତ୍ଵରେ ଥୁଆପଦରରେ ସେବା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଥୁଆପଦର ପଂଚାୟତ ଠାରେ  ଭବାନୀପାଟଣା ଛାତ୍ର ବିଜେଡ଼ି ସଭାପତି ଅରବିନ୍ଦ ସାହୁଙ୍କ ନେତୃତ୍ୱରେ  ପଦଯାତ୍ରା ଓ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ଶଙ୍କର ମାଝୀ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ଆଇନଜୀବୀ ଉପେନ୍ଦ୍ର ମେହେର ପ୍ରମୁଖ ଯୋଗଦେଇ ଆସନ୍ତା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ସୁଦୃଢ କରିବା ପାଇଁ ଯୁବ ପିଢ଼ିଙ୍କୁ ଉଦବୋଧନ ଦେଲେ। ଅନ୍ୟମାନଙ୍କ ମଧ୍ୟରେ ଅଞ୍ଚଳର ସଦସ୍ୟ ହିମାଂଶୁ ଗଉଡ, ଜିତେନ୍ଦ୍ର ରଣା, ନିଖିଲ ସାହୁ, ପୂର୍ଣ୍ଣଚନ୍ଦ୍ର ରଣା, କମଳ ରଣା, ହେମାନନ୍ଦ ମେହେର, ମହେନ୍ଦ୍ର ମେହେର, ବିଷ୍ଣୁ ସାହୁ, କରଣ ସାହୁ, ସଞ୍ଜୀବ ସାହୁ, ଟେ ମାଝୀ, ଭୀଷ୍ମ ସାହୁ, ଗଣପତି ମାଝୀ, ପ୍ରଶାନ୍ତ ସାହୁ, ଅଭିମନ୍ୟୁ ସାହୁ, ଅଭିରାମ ଗଉଡ ଚୂଡ଼ାମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରେ ଫଳ ବଣ୍ଟନ ସହ କିଛି ଜଣଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.