ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ ଜିଲ୍ଲାର ସମସ୍ତ ଵିଆରସିସି, ସିଆରସିସି, ଏମଆଇଏସ -ପିସି ମାନଙ୍କୁ ନେଇ ଏକ ଦିବସୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନହଲ୍ ଠାରେ ଆୟୋଜିତ ହୋଇଯାଇଛି। ନିପୁଣ ଓଡ଼ିଶା ମିଶନ ଅଧିନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ ତଥ୍ୟରୁ ଶ୍ରେଣୀଗୃହ : ପ୍ରତି କ୍ଲଷ୍ଟରରେ ଶୈକ୍ଷିକ ସହାୟତାର ମଜବୁତିକରଣ ‘ ମୁଖ୍ୟ ପ୍ରସଙ୍ଗ ରହିଥିଲା। ଏଥିରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମସାଗର ମହାନନ୍ଦ, ଶୁଭଲକ୍ଷ୍ମୀ ନାୟକ ଓ ତପିମଣି ଜାନି ଦକ୍ଷତା ବିକାଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସେହିପରି ବର୍ତ୍ତମାନ ସମୟରେ ସମଗ୍ର ଶିକ୍ଷା ପକ୍ଷରୁ ପ୍ରାୟୋଜିତ ଏସଏନଏ – ସ୍ପର୍ଶ, ବାଳିକା ଶିକ୍ଷା, ଅନ୍ତର୍ନିବେଶୀ ଶିକ୍ଷା, ୟୁଡ଼ାଇସ ପ୍ଲସ, ସିଆରସିସିଙ୍କ ଭୂମିକା ଓ ଦାୟିତ୍ୱ, କ୍ରୀଡ଼ା, ଶୈକ୍ଷିକ ସହାୟତା ଉପରେ ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ, ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜିକା ଲିପିକା ଅପରାଜିତା, ଆର୍ଥିକ ପରାମର୍ଶଦାତା ସାଧୁ ଶରଣ ପ୍ରସାଦ, ପ୍ରୋଗ୍ରାମର ସୌମେନ୍ଦ୍ର ପଟ୍ଟନାୟକ, ଡିପିଇଓ ରୂପସିଂ ରାଉତ ପ୍ରମୁଖ ଅଧିବେଶନ ପରିଚାଳନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସମଗ୍ର ଶିକ୍ଷାର ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ପରିଚାଳନା କରିଥିଲେ। ଏଥିରେ ଜିଲ୍ଲାର ସମସ୍ତ ଵିଆରସିସି, ସିଆରସିସି, ଏମଆଇଏସ -ପିସି ଉପସ୍ଥିତ ଥିଲେ।





