ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶୀବାହାଲ ପେକ୍ସ ଅଧିନ ତୁନଗାଁ ଧାନ ମଣ୍ଡି ଛାତରୁ ଲୁହା ଆଙ୍ଗଲ ଚୋରି ହୋଇଥିବା କୋକସରା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଉକ୍ତ ମଣ୍ଡି ଛାତର ତଲକୁ ସଂଲଗ୍ନ ଥିବା ୧୦ ଫୁଟ୍ ଚେନାଲ ଲୁହା ୧୨ ଖଣ୍ଡ ନଥିବା ଦେଖିବାକୁ ମିଳିଥିଲା। ଏହାପରେ ଗ୍ରାମବାସୀମାନେ ଚୋରି ହୋଇଥିବା ସନ୍ଦେହ କରିଥିଲେ। ଏବଂ କୋକସରା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଚାଷୀ ମାନଙ୍କ ସ୍ବାର୍ଥ ଭାଙ୍ଗି କେଉଁ ଦୁବୃର୍ତ୍ତ ମାନେ ଚୋରି କରି ନେଇଛନ୍ତି ସେମାନଙ୍କୁ ତୁରନ୍ତ ଧରିବା ଦାବି କରାଯାଇଛି। ଅଭିଯୋଗ ପତ୍ର ପ୍ରଦାନ କରିବା ସମୟରେ ତୁନଗାଁର ଚାଷୀ କୈଳାସ ଚନ୍ଦ୍ର ନାଏକ, ପ୍ରେମାଲାଲ ଶବର, କୁଶ ଶବର, ପରାଶର ବେମାଲ, ପୁଷ୍ପ ଶବର, ଚନ୍ଦ୍ର ଶବର, ହୋମ ପ୍ରକାଶ ନାଏକ, ମାନ ସିଂ ନାଏକ, ଜଗତ ପଟେଲ, ଅଲେଖ ଶବର, ମାନିରାମ ଶବର, ଗଣେଶ ପାଣିଗ୍ରାହୀ, ପଙ୍କଜ ଶବର, ପୁଷ୍ପଧ୍ଵଜ ଶବର, ବଳଦେବ ରଣା, ଦୁଃର୍ଜନ ନାଏକ ସମେତ ଅନେକ ଚାଷୀ ଉପସ୍ଥିତ ରହିଥିଲେ।





