ପ୍ରସ୍ତାବିତ ସ୍ପୋର୍ଟସ କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପ୍ରତିବାଦରେ କଲମପୁର ସ୍ବାଭିମାନ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଲମପୁରରେ ଦୋକାନ ବଜାର ବନ୍ଦ। ବନ୍ଦ ହେଲା ଅଖ ଚକ, ବନ୍ଦ ହେଲା ସ୍କୁଲ କଲେଜ, ଅଚଳ ହେଲା ସରକାରୀ ବେସରକାରୀ କାର୍ଯ୍ୟାଳୟ। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରତି ବ୍ଲକ ମୁଖ୍ୟାଳୟରେ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି। କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଳକ କଲମପୁର ମୁଖ୍ୟାଳୟ ଠାରେ ସଠିକ ଆକଳନ କରାନଯାଇ ଆବଶ୍ୟକ ଜମି ଅଭାବ ଦର୍ଶାଇ ଭକ୍ତ ସ୍ପୋର୍ଟସ୍ କମ୍ପ୍ଲେକ୍ସକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରୟାସ କରାଯାଉଛି। ଯାହାକୁ ନେଇ କଲମପୁର ଯୁବ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏ ନେଇ ବ୍ଲକ ଏବଂ ତହସିଲ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଜଣାଇ ଦିଆଯାଇଥିଲା। ଆଜି ବୁଧବାର କଲମପୁର ଯୁବ ଶକ୍ତି କଲମପୁର ମାଟିର ସ୍ଵାଭିମାନ ରକ୍ଷା ପାଇଁ ଆନ୍ଦୋଳନ ମୁହାଁ ହେଇଛନ୍ତି। ରାଜ ରାସ୍ତାକୁ ଓହ୍ଲାଇ କଲମପୁର ଅଂଚଳବାସୀଙ୍କ ସହଯୋଗ ନେଇ କଲମପୁର ବନ୍ଦ କରିଛନ୍ତି। ସକାଳ ୬ ଟା ରୁ ସଂଧ୍ୟା ୬ ଯାଏ ୧୨ ଘଣ୍ଟା ଧରି ଏହି ବନ୍ଦ ପାଳନ କରାଯାଉଛି। ଯେଉଁଥିପାଇଁ କଲମପୁର ଠାରେ ଦୋକାନ ବଜାର ବନ୍ଦ ହେବା ସହ ବନ୍ଦ୍ ହେଇଛି ଅଖ ଚକ, ହାତୀ ନଦୀ ପୋଲ ନିର୍ମାଣ ଆନ୍ଦୋଳନ ପରେ କଲମପୁର ଅଂଚଳର ଏହା ଦ୍ଵିତୀୟ ବୃହତ ଆନ୍ଦୋଳନ। ଯେଉଁଠି ସମସ୍ତ ଲୋକ ଏକଜୁଟ ହେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। “ପାର୍ଟି ନୁହେଁ ମାଟି” ଏହି ଡାକରାରେ ସମଗ୍ର କଲମପୁର ଅଂଚଳ ପ୍ରକମ୍ପିତ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.