ଆଇନଜୀବୀଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକାକୁଳ ପରିବେଶ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା (ଜେଏମଏଫସି) କୋର୍ଟ ରେ ଆଇନଜୀବୀ ଥିବା ଜୁନାଗଡ଼ ବ୍ଲକ ଚାରବାହାଲ ଗ୍ରାମର ଆଇନଜୀବୀ ମାନସ ରଞ୍ଜନ ସିଂ (୪୭) ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ର ଏକ ଘରୋଇ ଡାକ୍ତରଖାନାରେ ହୃଦଘାତ କାରଣରୁ ଗୁରୁବାର ରାତିରେ ମୃତ୍ୟୁ ବରଣ କରିଥିଲେ ଶୁକ୍ରବାର ତାଙ୍କ ମୃତଦେହ ପୈତୃକ ଗ୍ରାମ ରେ ପହଞ୍ଚିବା ପରେ ଗାଁ ରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଶେଷ ଦର୍ଶନ କରିବାକୁ ଆତ୍ମୀୟ ସ୍ବଜନ ଜ୍ଞାତି କୁଟୁମ୍ବ ସମେତ ତାଙ୍କ ସହକର୍ମୀ ଆଇନଜୀବୀ ମାନେ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ,ଆଇନଜୀବୀ ଭାବେ ସେ ଦୀର୍ଘବର୍ଷ ହେବ କୋକସରା (ଜେଏମଏଫସି) କୋର୍ଟ ରେ କାର୍ଯ୍ୟ କରୁଥିଲେ।ସେ ଜଣେ ମେଳାପୀ,ପରୋପକାରୀ,ସହୃଦୟ ଲୋକ ଥିଲେ ତାଙ୍କ ଅକାଳ ବିୟୋଗ ରେ କୋକସରା ଓକିଲ ସଂଘ ଓ କୋର୍ଟ କର୍ମଚାରୀ ପକ୍ଷରୁ ମଧ୍ୟ କୋର୍ଟ ପରିସରରେ ଶୋକ ପ୍ରକାଶ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.