ମାତିଛନ୍ତି ବଣୁଆ ହାତୀ, ଥରୁଛି ବନବାସୀଙ୍କ ଛାତି

୫ ଦିନରେ ଭାଙ୍ଗିଲେ ୪ ଘର

ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର କିଡିଙ୍ଗ ଅଞ୍ଚଳରେ ଦେଖାଦେଇଛି ଜଙ୍ଗଲି ହାତୀଙ୍କ ଉପଦ୍ରବ। ଆଜିକି ୫ ଦିନହେଲା ସିକେରକୁପା ଫରେଷ୍ଟ ଅଞ୍ଚଳରେ କିଡିଙ୍ଗ, କାଉଗୁଡା, କାଚିଲି, ଦୂରଭଟା, ପୋଡାପଦର ଓ ମାଡିବନ୍ଧା ଗ୍ରାମର ୪ ଗୋଟି ଘର ଭାଙ୍ଗିବା ଶହ ବହୁ ଚାଷୀଙ୍କ ବିଭିନ୍ନ ଫସଲ ନଷ୍ଟ କରିଛନ୍ତି ହାତୀପଲ। ହାତୀପଲଙ୍କ ଡରରେ ଶାନ୍ତିରେ ରହି ପାରୁନାହାନ୍ତି ଏହି ଅଞ୍ଚଳର ଚାଷୀ। ସବୁବେଳେ ସମସ୍ତଙ୍କ ମନରେ ଲାଗିରହିଛି ଭୟର ବାତାବରଣ।ଗତ ରବିବାର ରାତି ସାଢ଼େ ୧୦ ଘଣ୍ଟା ସମୟରେ କିଡିଙ୍ଗ ବିଟ୍ ନିକଟସ୍ଥ ଧରମକାଁଣି ଜଙ୍ଗଲରୁ ହାତୀପଲ ପୁଣି କିଡିଙ୍ଗ ଗ୍ରାମର ଦମ୍ବୁରୁଧର ଶବରଙ୍କ ଘର ଭାଙ୍ଗିବା ଶହ ନିକଟସ୍ଥ ଗାଁ ମାଡିବନ୍ଧାର ନାୟକ ଗଉଡ଼ଙ୍କ ଧାନ ୨ ଏକର, ସୁନ୍ଦର ସିଂ ଗଉଡ଼ଙ୍କ ଧାନ ୧ ଏକର ୫୦ ଡିସମିଲ, କେଶବ ଗଉଡ଼ଙ୍କ ଧାନ ୨ ଏକର, ସାନ ଗଉଡ଼ଙ୍କ ଧାନ ୧ ଏକର, ଡମୁ ଗଉଡ଼ଙ୍କ ଧାନ ୧ ଏକର ୯୦ ଡିସମିଲ ନଷ୍ଟ କରିଛନ୍ତି।


ବନ ବିଭାଗ ସୂଚନା ଅନୁସାରେ ଗତ ବୁଧବାର ଦିନ ୧୫ ରୁ ଉର୍ଦ୍ଧ୍ବ ହାତୀପଲ ସିକେରକୁପା ସେକ୍ସନ କିଡିଙ୍ଗ ବିଟର ଧରମକାଣି ଜଙ୍ଗଲରୁ ବାହାରି କିଡିଙ୍ଗ ଗ୍ରାମର କଳାକୁଟୁ ଶବରଙ୍କ ଘର ଭାଙ୍ଗିବା ଶହ କାଉଗୁଡା ଓ କିଡିଙ୍ଗ ଗ୍ରାମର ପ୍ରାୟ ୧୦ ଚାଷୀଙ୍କ ୧୫ ଏକରରୁ ଅଧିକ କପା, ଧାନଚାଷ ଶହ ବିଭିନ୍ନ ଫସଲ ନଷ୍ଟ କରିଥିଲେ। ଶୁକ୍ରବାର ରାତିରେ ସିକେରକୁପା ନିକଟସ୍ଥ କାଚିଲି ଗାଁର ବାହାଦୂର ଶବର ଘର ଓ କେଶବ ଶବରଙ୍କ ଘରଭାଙ୍ଗି ୩ ଏକରରୁ ଅଧିକ ଧାନ ମାଣ୍ଡିଆ ଚାଷ ନଷ୍ଟ କରିବା ପରେ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତର ଦୂରଭଟା ଗାଁର ୫ ଏକର ଧାନ ଫସଲ ନଷ୍ଟ କରି କଦମଗୁଡା ପଞ୍ଚାୟତ ପୋଡାପଦର ଗାଁର ୪ ଜଣ ଚାଷୀଙ୍କ ୬ ଏକର ଧାନ ଫସଲ ନଷ୍ଟ କରିଥିଲେ।


ହାତୀପଲ ବର୍ତ୍ତମାନ ସିକେରକୁପା ସେକ୍ସନର କିଡିଙ୍ଗ, ଲାଞ୍ଜିଗଡ଼ରୋଡ଼ ଓ ପାଣିମୁଣ୍ଡା ଫରେଷ୍ଟ ବିଟରେ ଥିବା ବେଳେ ସିକେରକୁପା ସେକ୍ସନ ବନପାଳ ଚିତ୍ତରଞ୍ଜନ ବେହେରା ନିଜ ଟିମ୍ ଫରେଷ୍ଟ ଗାର୍ଡ ସୁଆଗ ରଞ୍ଜନ ପଣ୍ଡା, ସ୍କୁଆଡ଼ ଚନ୍ଦ୍ର ଶବର, ରାଜ ନାଏକ, ଦଶରଥ ନାଗ, ବିନୋଦ ଛତ୍ରୀଆ,ଚନ୍ଦ୍ର ହରିଜନ, ମଙ୍ଗଳ ପଟ୍ଟନାୟକ, ଛବି ବାଗ, ଭିଏସଏସ ସଭାପତି ହେମରାଜ ଶବର ହାତୀର ଗତିବିଧି ଉପରେ ନଜର ରଖିଥିବା ବନପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ସୋମବାର ବିଶ୍ୱନାଥପୁର ବନ ବିଭାଗ ପକ୍ଷରୁ ଘଟଣା ସ୍ଥଳକୁ ଯାଇ ଭାଙ୍ଗିଥିବା ଘର ଓ ଧାନ ସହ ଅନ୍ୟାନ୍ୟ ଫସଲ ହାତୀପଲ୍ଲ ନଷ୍ଟ କରିଥିବା ଆକଳନ କରିଛନ୍ତି।


ଏନେଇ ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦଙ୍କୁ ପଚାରିବାରୁ ବର୍ତ୍ତମାନ ବ୍ଲକରେ ୨୮ ରୁ ଉର୍ଦ୍ଧ୍ବ ହାତୀ ୩ ଗୋଟି ଦଳରେ ଭାଗ ହୋଇଛନ୍ତି। ବର୍ତ୍ତମାନ ଆମ ବନ ବିଭାଗ ହାତୀପଲ ଉପରେ ନଜର ରଖି କିଛି ଦିନ ହେଲା ରାତିଦିନ ହାତୀପଲ୍ଲକୁ ଘଉଡ଼ାଉଛନ୍ତି।ଗତ କାଲି ରାତି କିଡିଙ୍ଗ ଗାଁର ଘର ଓ ମାଡିବନ୍ଧା ଗାଁର ଚାଷୀଙ୍କ ଫସଲ ନଷ୍ଟ କରିଛନ୍ତି। କ୍ଷୟକ୍ଷତି ଆକଳନ କରିଛୁ। ବନବିଭାଗ ତରଫରୁ ଯାହା ସହଯୋଗ ହେବ ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.