ଜଙ୍ଗଲରୁ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଟା ନିକଟସ୍ଥ ରେଙ୍ଗାଲମୁଣ୍ଡା ଜଙ୍ଗଲରୁ ଆଜି ଜଣେ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଗୌଡ଼କର୍ଲାଖୁଣ୍ଟା ଗ୍ରାମର ମହାଦେବ ନାଏକଙ୍କ ଝିଅ ଶୀତଲ ନାଏକ(୧୯) ଗତ କାଲି ସନ୍ଧ୍ୟା ପାଂଚ ଘଂଟା ସମୟରୁ ଘରୁ କୁଆଡ଼େ ପଳାଇଯାଇଥିଲା । ପରିବାରବର୍ଗଙ୍କ କହିବା ମୁତାବକ ହରିଜନପଡ଼ାରେ ରହୁଥିବା ଶୀତଲ ନିଜ ପଡ଼ାର ଜଣେମହିଳାଙ୍କ ସହିତ ବଚସା ହେଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହାପରେ ପରେ ସେ ଘରୁ ବାହାରି ପଳାଇଯାଇଥିଲା । ପରେ ଘର ଲୋକେ ବିଭିନ୍ନ ସ୍ଥାନରେ ଯାଇ ତାକୁ ଖୋଜାଖୋଜି କରିଥିଲେ ହେଁ କୌଣସି ପତ୍ତା ପାଇ ନଥିବାବେଳେ ଆଜି ସକାଳେ ରେଙ୍ଗାଲମୁଣ୍ଡାରେ ଖୋଜିବାବେଳେ ଏକ ଗଛରେ ଶୀତଲର ଝୁଲନ୍ତା ଶବ ଦେଖିବାକୁ ପାଇଥିଲେ । ପରେ ପରିବାର ତରଫରୁ ମ.ରାମପୁରଥାନାରେ ଏକ ଲିଖିତସଅଭିଯୋଗ କରିବା ପରେ ମ.ରାମପୁର ଥାନାଧିକାରୀ ଗୋବିନ୍ଦ ମାଝୀ ନିଜ ସହକାରୀ ଅଧିକାରୀମାନେ ପହଂଚି ଶବ ଜବତ କରିବା ସହିତ ପୋଷ୍ଟମର୍ଟମ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି । ଏ ନେଇ ମ.ରାମପୁର ଥାନାରେ ଏକ ଅପମୃତ୍ୟୁ ମାମଲା  ୧୮/୨୦ ରୁଜୁ କରି ତଦନ୍ତ ଚଳାଇଥିବା ଜଣାଯାଇଛି।

Udyog Nursery
Udyogi Nursery

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.