ବିପଦ ସଙ୍କେତ ତଳେ ବଂଶଧାରା ଓ ନାଗାବଳୀ ନଦୀର ଜଳସ୍ତର
ରାୟଗଡ: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାଚ ଯୋଗୁଁ ରାୟଗଡ ଜିଲ୍ଳାର ବିଭିନ୍ନ ବ୍ଳକରେ ଲଗାଣ ବର୍ଷା ଜାରି ରହିଛି । ତେବେ ଜିଲ୍ଳାର ବଂଶଧାରା ଓ ନାଗାବଳୀ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଥିବା ନେଇ ଜିଲ୍ଳା ଜରୁରୀକାଳନୀ ଅଧିକାରୀ ସୁକାନ୍ତ କୁମାର ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି । ବୁଧବାର ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ମିଳିଥିବା ବର୍ଷା ପରିମାଣର ରେକର୍ଡ ଅନୁଯାୟୀ ମୋଟ ୩୨୯.୮ମିମି ବର୍ଷା ପରିମାଣ ରେକର୍ଡ କରାଯାଇଥିବା ବେଳେ ଏହା ହାରାହାରି ୨୯.୯୮ ପ୍ରତିଶତ ବର୍ଷା ହୋଇଥିବା ଜଣାପଡିଛି । ସେହିପରି ବୁଧବାର ସକାଳ ସାଢେ ଆଠଟାରୁ ଅପରାହ୍ନ ପାଂଚଟା ମଧ୍ୟରେ ରାୟଗଡରେ ୪୨.୮ ମିମି, କୋଲନରାରେ ୮.୪ମିମି, କଲ୍ୟାଣସିଂହପୁରରେ ୬.୦ ମିମି, ଗୁଣପୁରରେ ସର୍ବାଧିକ ୧୪୫ମିମି, ପଦ୍ମପୁରରେ ୨୨.୪ ମିମି, ରାମନାଗୁଡାରେ ୧୧.୫ ମିମି, ବିଷମକଟକରେ ୨.୨ ମିମି, ଓ ଚନ୍ଦ୍ରପୁରରେ ୮.୦ ମିମି ମୋଟ ୨୪୬.୩୦ ମିମି ବର୍ଷା ପରିମାଣ ରେକର୍ଡ କରାଯାଇଥିବା ବେଳେ ହାରାହାରି ପରିମାଣ ୨୨.୩୯ ପ୍ରତିଶତ ରହିଛି ।
ସେହିପରି ଅପରାହ୍ନ ୫ଟା ସୁଦ୍ଧା ମୁନିଗୁୁଡା, କାଶିପୁର ଓ ଗୁଡାରୀରେ ବର୍ଷା ହୋଇ ନ ଥିବାରୁ ବର୍ଷା ପରିମାଣ ରେକର୍ଡ ହୋଇ ନ ଥିବା ନେଇ ଜରୁରୀକାଳନୀ ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ରାୟଗଡ ସହରରେ ଅପରାହ୍ନରୁ ଲଗାଣ ବର୍ଷା ଯୋଗୁଁ ସହରବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ନାଳ ନର୍ଦ୍ଦମା ଅଳିଆ ଆର୍ବଜନାଗୁଡିକ ରାସ୍ତା ଉପରକୁ ଭାସୁଥିବା ଦେଖିବାକୁ ମିଳିଥିଲା । ତେବେ ବଂଶଧାରା ଅବବାହିକା ଗୁଣପୁର ସହରରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ଜଣାପଡିଛି । ଜିଲ୍ଳା ପ୍ରଶାସନ ସଜାଗ ରହି ଲଗାଣ ବର୍ଷାର ପରିସ୍ଥିତିକୁ ନେଇ ପ୍ରସ୍ତୁତ ରହିଥିବା ଜଣାପଡିଛି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in