ରାମନାଗୁଡା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବନ୍ୟା ଯୋଗୁଁ ଦୁଇ ତିନି ଦିନ ହେଲା ଲଗାତାର ବର୍ଷା ହେଉଛି। ସବୁ ଦିନ ଠାରୁ ବୁଧବାର ଅତି ପ୍ରବଳ ବର୍ଷା ଯୋଗୁଁ ଗୁଣୁପୁର ସହରରେ ୧ନମ୍ବର ୱାର୍ଡ, ୧୬ ନମ୍ବର ୱାର୍ଡ, ବାଇପାସ ରୋଡ଼, ମଙ୍ଗଳାମନ୍ଦିର, ବାଇପାସ ଛକ ଓ ଅନ୍ୟ କିଛି ୱାର୍ଡ ବେଶ ପ୍ରଭାବିତ ହୋଇଛି। ଲୋକଙ୍କ ଘର ଭିତରେ ଆଣ୍ଠୁଏ ଲେଖାଏ ପାଣି ରାସ୍ତା ଉପରେ ଅଣ୍ଟାଏ ପାଣି ଚାଲୁଛି। ଲୋକମାନେ ନାହିଁ ନଥିବା ଅସୁବିଧାରେ ପଡିଛନ୍ତି। ବିଦ୍ୟୁତ୍ ନଥିବା ଯୋଗୁଁ ଲୋକମାନେ ଅନ୍ଧାରରେ ରାତି କାଟିଛନ୍ତି।
ବଂଶଧାରା ନଦୀରେ ବି ଜଳସ୍ତର ବଢିଯାଇଛି ପ୍ରସାସନ ତରଫରୁ ସତର୍କ ସୂଚନା ଦିଆଯାଇଛି ।ଉପଜିଲ୍ଲାପାଳ ନିଜେ ବିଭିନ୍ନ ସ୍ଥାନକୁ ଯାଇ ସମସ୍ୟ ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି। ଯଦି ଏହି ପରି ଲଗାତାର ବର୍ଷା ହୁଏ ତାହା ହେଲେ ଗୁଣୁପୁର ବାସୀ ବହୁ ଅସୁବିଧାର ପଡିପରନ୍ତି।ବହୁ ସ୍ଥାନରେ ନାଳ ମାନଙ୍କରେ ଅଳିଆ ଅବର୍ଜନା ବର୍ଷା ପାଣି ଜମିଯିବାରୁ ସହର ଭିତରେ କୁତ୍ରିମ ବନ୍ୟା ସୃଷ୍ଟି ହୋଇଛି । ପ୍ରସାସନ ଏହା ପ୍ରତି ଦୃଷ୍ଟି ଦେବାକୁ ପଡିବ । ଯେପରିକି ଭବିଷ୍ୟତରେ ଏପରି କୁତ୍ରିମ ବନ୍ୟା ସୃଷ୍ଟି ନହୁଏ।
ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in