ସମାଜସେବୀ ତଥା ବିଶିଷ୍ଟ ଯାଦବ ବ୍ୟକ୍ତିତ୍ବ କଷ୍ଟି ହଂସଙ୍କ ବିୟୋଗରେ ଶୋକସଭା

କୋକସରା/କଳମପୁର: କଳମପୁର ବ୍ଲକ ଯାଦବ ସମିତି ପକ୍ଷରୁ ବ୍ଲକ ଯାଦବ ସମିତି ସଭାପତି କୃଷ୍ଣ ସିଂ ଲହଜଲଙ୍କ ଉପସ୍ଥିତିରେ ବରିଷ୍ଠ ସମାଜସେବୀ କଷ୍ଟି ହଂସଙ୍କ ଗୁମାବାହାଳ ସ୍ଥିତ ବାସଭବନରେ ଏକ ଶୋକସଭା ପାଳନ କରାଯାଇଥିଲା। ସ୍ବର୍ଗତ କଷ୍ଟି ହଂସ ୧ ଫେବୃଆରୀ ୧୯୩୧ରେ ଜନ୍ମ ଗ୍ରହଣ କରି ୨ ଅକ୍ଟୋବର ୨୦୨୦ରେ ଇହଲିଳା ସମ୍ବରଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସ୍ୱର୍ଗତ ହଂସ କଳମପୁର ବ୍ଲକ ଯାଦବ ଭବନ ପାଇଁ ଗୁମାବାହାଲ ଠାରେ ଭୂମିଦାନ କରିଥିଲେ। ସେ ଏକା ଧାରରେ ବ୍ଲକର ବରିଷ୍ଠ ସମାଜସେବୀ ପରୋପକାରୀ, ମେଳାପୀ, ତଥା ଧର୍ମ ପରାୟଣ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ କଳମପୁର ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ବିୟୋଗ ଖବର ପାଇ ଘନିଷ୍ଟ ବନ୍ଧୁ ମାନେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Udyog Nursery
Udyogi Nursery

ବୁଧବାର କଳମପୁର ଯାଦବ କର୍ମଚାରୀ ସଙ୍ଘର ସମ୍ପାଦକ ରାଜେନ୍ଦ୍ର ରାଉତ, କୋଷାଧକ୍ଷ କ୍ଷେତ୍ର ମୋହନ ବାଗ, ବଗ୍ରୁ ଲହଜଲ , ସୀତା ହଂସ, ହାତିରାମ ହଂସ, ରାଜେନ୍ଦ୍ର ହଂସ, ଚୌବନ ହଂସ, ଚୈତନ୍ୟ ହଂସ ପ୍ରମୁଖ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.