ହାତୀ ଉପଦ୍ରବ : ଏକର ଏକର ଫସଳ ହେଉଛି ନଷ୍ଟ

ଲାଞ୍ଜିଗଡ଼ରେ ମାତିଛନ୍ତି ଗଜବାହିନୀ

ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଲକର କିଡିଙ୍ଗ ଅଞ୍ଚଳରେ ପୁଣି ଦେଖାଦେଇଛନ୍ତି ଜଙ୍ଗଲି ହାତୀପଲ୍ଲ। ଆଜିକି ୭ ଦିନ ହେଲା ସିକେରକୁପା ଫରେଷ୍ଟ ଅଞ୍ଚଳରେ ଉପଦ୍ରବ ଜାରି ରହିଥିବା ବେଳେ ବର୍ତ୍ତମାନ ଧିଙ୍ଗିଆ ମୁଣ୍ଡା ଜଙ୍ଗଲରେ ୨ ଦିନ ହେଲା ହାତୀପଲ ଦେଖିବାକୁ ମିଳୁଛନ୍ତି।

କିଡିଙ୍ଗ, କାଉଗୁଡା, କାଚିଲି, ଦୂରଭଟା, ପୋଡାପଦର ଓ ମାଡିବନ୍ଧା ଗ୍ରାମର ୪ ଗୋଟି ଘର ଭାଙ୍ଗିବା ଶହ ବହୁ ଚାଷୀଙ୍କ ବିଭିନ୍ନ ଫସଲ ନଷ୍ଟ କରିବା ପରେ ଧରମକାଣି ଜଙ୍ଗଲ ଠାରୁ ଧୁଙ୍ଗିଆମୁଣ୍ଡା ଜଙ୍ଗଲକୁ ଚାଲିଯାଇଥିଲେ। ପୁଣି ମଙ୍ଗଳବାର ଓ ବୁଧବାର ରାତିରେ ଧୁଙ୍ଗିଆମୁଣ୍ଡା ଜଙ୍ଗଲରୁ ୧୮ ରୁ ଉର୍ଦ୍ଧ୍ବ ହାତୀପଲ୍ଲ ମାଡିବନ୍ଧାର ଗାଁର କନ୍ଦାଳିମା ଚାଷ ଜମି ଅଞ୍ଚଳରେ କମଳ ହରିଜନଙ୍କ ଅଧା ଏକର ଧାନ, କାନ୍ଦୁଲ, କୋଳଥ, କପା ୨ ଏକର, ଧନୁଯ୍ୟ ଗଉଡ଼ ଅଧା ଏକର ଧାନ, ସୁନ୍ଦର ସିଂ ଗଉଡ଼ର ୮୦ ଡିସମିଲ ଧାନ ଫସଲ ନଷ୍ଟ କରିଛନ୍ତି। ହାତୀପଲ୍ଲ ବର୍ତ୍ତମାନ ସିକେରକୁପା ସେକ୍ସନର କିଡିଙ୍ଗ ବିଟର ଧିଙ୍ଗିଆମୁଣ୍ଡା ଜଙ୍ଗଲର ସାନ୍ଦୁଲ ନଦୀ ନିକଟରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।


ସିକେରକୁପା ସେକ୍ସନ ବନପାଳ ଚିତ୍ତରଞ୍ଜନ ବେହେରା ନିଜ ଟିମ୍ ଫରେଷ୍ଟ ଗାର୍ଡ ସୁଆଗରଞ୍ଜନ ପଣ୍ଡା, ସ୍କୁଆଡ଼ ଚନ୍ଦ୍ର ଶବର, ଈଶ୍ୱର ମାଝୀ, ବିଶମ ଗଉଡ଼, ସରୋଜ ପ୍ରଧାନ, ରାଜ ଗଉଡ଼, ଦଶରଥ ନାଗ, ବିନୋଦ ଛତ୍ରୀଆ, ଚନ୍ଦ୍ର ହରିଜନ, ମଙ୍ଗଳ ମଙ୍ଗରାଜ, ଟେନି ସେନାପତି, ଛବି ବାଗ, ଭିଏସଏସ ସଭାପତି ହେମରାଜ ଶବର ହାତୀର ଗତିବିଧି ଉପରେ ନଜର ରଖିଥିବା ବନପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଏନେଇ ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦଙ୍କୁ ପଚାରିବାରୁ ବର୍ତ୍ତମାନ ଆମ ବନ ବିଭାଗ ହାତୀପଲ୍ଲ ଉପରେ ନଜର ରଖି କିଛି ଦିନ ହେଲା ରାତିଦିନ ହାତୀପଲ୍ଲକୁ ଘଉଡ଼ାଉଛନ୍ତି। ମଙ୍ଗଳବାର ଓ ବୁଧବାର ମାଡିବନ୍ଧା ଗାଁର ଚାଷୀଙ୍କ ଫସଲ ନଷ୍ଟ କରିଛନ୍ତି। କ୍ଷୟକ୍ଷତି ଆକଳନ କରାଯାଇଛି। ବନବିଭାଗ ତରଫରୁ ଯାହା ସହଯୋଗ ହେବ ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.