ରାୟଗଡ ଜିଲ୍ଳା ପୋଲିସ ପକ୍ଷରୁ ୮୬ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଜିଲ୍ଳାରେ ଉଲ୍ଳେଖନୀୟ କାର୍ଯ୍ୟ ପାଇଁ ପୋଲିସ ଅଧିକାରୀ ଓ କର୍ମଚାରୀ ହେଲେ ପୁରସ୍କୃତ

Omkar Vasthu
Omkar Vasthu

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ପୋଲିସ ପକ୍ଷରୁ ସ୍ଥାନୀୟ ଜେକେପୁର ସ୍ଥିତ ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ୮୬ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଯୋଗ ଦେଇ ସର୍ଜେଂଟ ନିରଂଜନ ନାୟକ ଏବଂ ମୋତିଲାଲାଙ୍କ ନେତୃତ୍ୱରେ ହୋଇଥିବା ଆନୁଷ୍ଠାନିକ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ମହାମହୀମ ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତାକୁ ଏସ.ପି.ଶ୍ରୀ ଶର୍ମା ପଠନ କରିଥଲେ ।

Pearl dental clinic
Near Ashish Medical Store, Bhawanipatna


ପରେ ଉଲ୍ଳେଖନୀୟ କାର୍ଯ୍ୟ କରିଥିବା ବିଭିନ୍ନ ପାହ୍ୟାରେ ଥିବା ରାୟଗଡ ଜିଲ୍ଳାର ଶ୍ରେଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପଦ୍ମପୁର ଥାନାର ସବ୍ ଇନ୍ସପେକ୍ଟର ହିରେନ ପ୍ରସାଦ ଭାଟି ଜିଲ୍ଳାର ଶ୍ରେଷ୍ଠ ସବ୍ ଇନ୍ସପେକ୍ଟର ଭାବେ ପୁରସ୍କୃତ ହୋଇଥିବା ବେଳେ ରାୟଗଡ ଟାଉନ ଥାନା ଏଏସଆଇ ଏସ.କେ.ବେହେରା ଶ୍ରେଷ୍ଠ ଏଏସଆଇ, ଶ୍ରେଷ୍ଠ ଏପିଆର କନେଷ୍ଟବଳ ଭାବେ ରିଜର୍ଭ କାର୍ଯ୍ୟାଳୟର ଅଭିରାମ ପାଣି, ଶ୍ରେଷ୍ଠ ଓଆର କନେଷ୍ଟବଳ ଭାବେ ରିଜର୍ଭ କାର୍ଯ୍ୟାଳୟର ଏସ.ଏଲ.କେ ପ୍ରତାପ, ଶ୍ରେଷ୍ଠ ଟ୍ରାଫିକ୍ କନେଷ୍ଟବଳ ଭାବେ ରଂଜନ ଗୈାଡ ପୁରସ୍କୃତ ହୋଇଥିବା ବେଳେ ଶ୍ରେଷ୍ଟ ହାବିଲଦାର ଭାବେ ରିଜର୍ଭ କାର୍ଯ୍ୟାଳୟର ପ୍ରଦୀପ କୁମାର ଦେଓ ପୁରସ୍କୃତ ହୋଇଥିଲେ ।

Udyog Nursery
Udyogi Nursery


ସେହିପରି ଏହି ଅବସରରେ ମହାମାରୀ କରୋନରେ ସଂକ୍ରମିତ ହୋଇ ପୁଣି ଥରେ ଯୋଦ୍ଧା ଭାବେ ଫେରି କାର୍ଯ୍ୟରେ ଯୋଗ ଦେବା ସହ ଅନ୍ୟଙ୍କ ଜୀବନ ବଂଚେଇବା ପାଇଁ ନିଜ ପ୍ଳାଜମା ଦାନ କରିଥିବା ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇବା ସହ ପୁରସ୍କୃତ କରାଯାଇ ପ୍ରଶଂସା କରିଥିଲେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶର୍ମା । ମାଓ ଦମନ କ୍ଷେତ୍ରରେ ଅବିରତ ନିୟୋଜିତ ରହିଥିବା ଏସଓଜି ଟିମ୍‌,ଡିଭିଏଫ ଓ ଡିଆଇଓସି ପୋଲିସ ସୁରକ୍ଷା ବଳକୁ ମଧ୍ୟ ଏସ.ପି.ଶ୍ରୀ ଶର୍ମା ସେମାନଙ୍କର ଉଲ୍ଳେଖୀନୟ କାର୍ଯ୍ୟ ପାଇଁ ଅଭିନନ୍ଦନ ସହ ପ୍ରଶଂସା କରିଥିଲେ ।

ଏହି ଦିବସ ପାଳନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ । ସେହିପରି ବିଷମକଟକ ଏସଡିପିଓ ଓ.ପି.ଏସ. ଆକାଶ ଚନ୍ଦ୍ର ସାହୁ , ଇନ୍ସପେକ୍ଟର ପଦ୍ମା ମୁଥୁ, ବିଜୟଲକ୍ଷ୍ମୀ ହିକକା, ସୁଗ୍ୟାନୀ ସାହୁ ପ୍ରମୁଖଙ୍କୁ ମଧ୍ୟ ଜିଲ୍ଳାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ସଂପାଦନା ପାଇଁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅନନ୍ତ ନାରାୟଣ ମହାନ୍ତି, ରାମପ୍ରସାଦ ସାହୁଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.