ସ୍କୁଲ ଫିଜ୍ ଦେଇନପାରିବାରୁ ବିଦ୍ୟାର୍ଥୀଙ୍କୁ ବହିଷ୍କାର ଚେତାବନୀ

ଜେକେପୁର ଲକ୍ଷ୍ମୀପତି ସିଂଘାଣିଆ ପବ୍ଳିକ ସ୍କୁଲ (ଏଲପିଏସ)ର ଦୁଇ ବିଦ୍ୟାର୍ଥୀଙ୍କ ପାଠପଢା ଭବିଷ୍ୟତ ଅନ୍ଧକାର, ଅର୍ଥ ସାଜିଛି ବାଧକ

ବାର୍ଷିକ ଦେୟ ଜମା ପାଇଁ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ନାଲିଆଖି, ନଚେତ ବହିଷ୍କାର ଚେତାବନୀ ଅଭିଯୋଗ

ରାୟଗଡ, (ଶିବ ନାରାୟଣ ଗୈାଡ): ବାର୍ଷିକ ଦେୟ ପୈଠ କରିବାରେ ଅସମର୍ଥ ଗରୀବ ପରିବାରର ଦୁଇ ଛାତ୍ରଛାତ୍ରୀଙ୍କ ପାଠପଢା ଭବିଷ୍ୟତ ଏବେ ଅନ୍ଧକାର ହୋଇଛି । ସମସ୍ତ ଦେୟ ପୈଠ ନ କଲେ ବିଦ୍ୟାଳୟକୁ ବହିଷ୍କାର କରାଯିବାର ମଧ୍ୟ ଚେତାବନୀ ମିଳିଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀଙ୍କ ଅଭିଭାବକ । ଫଳରେ ଜିଲ୍ଳାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଗରୀବ ପରିବାର । ଏପରି ଅଭାବନୀୟ ଘଟଣାଟି ଦେଖିବାକୁ ମିଳିଛି ରାୟଗଡ ଜିଲ୍ଳା ଜେକେପୁର ସ୍ଥିତ ଲକ୍ଷ୍ମୀପତି ସିଂଘାଣିଆ ପବ୍ଳିକ ସ୍କୁଲରେ ।

Omkar Vasthu
Omkar Vasthu


ସୂଚନା ଯୋଗ୍ୟ ଯେ, ଜେକେପୁରର ଆଶାକର୍ମୀ ଶ୍ରୀମତି ଉମା ବଳିଆର ସିଂ ନିଜ ବଡପୁଅ ସୁରଜ ଦାନୀ ଓ ଝିଅ ବୈଭବୀ ଦାନୀଙ୍କୁ ସ୍ଥାନୀୟ ଲକ୍ଷ୍ମୀପତି ସିଂଘାଣିଆ ପବ୍ଳିକ ସ୍କୁଲରେ ନାମ ଲେଖାଇଛନ୍ତି । ତାଙ୍କ ସ୍ୱାମୀ ସ୍ଥାନୀୟ ଜେକେ କାଗଜ କଳରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ବେଳେ ପୁଅ ସୁରଜ ନବମ ଶ୍ରେଣୀରେ ଏବଂ ଝିଅ ବୈଭବୀ ତୃତୀୟ ଷ୍ଟାଣ୍ଡାର୍ଡରେ ଅଧ୍ୟୟନରତ ରହିଛି । ବିଦ୍ୟାଳୟର ଗତ ବାର୍ଷିକ ଦେୟ ଉଭୟଙ୍କ ୫୦,୨୧୧ଟଙ୍କା ଜମା କରିବାକୁ ବିଦ୍ୟାଳୟ କର୍ତୁପକ୍ଷ ନୋଟିସ କରିଥିବା ବେଳେ ଗରୀବ ଶ୍ରେଣୀ ପରିବାର ହୋଇଥିବାରୁ ଶ୍ରୀମତି ଉମା ସବୁତକ ଦେୟ ପୈଠ କରିବାରେ ଅସମର୍ଥ ହେବାରୁ ତାଙ୍କ ଭାଇଙ୍କ ସହାୟତାରେ ୪୦ହଜାର ପର୍ଯ୍ୟନ୍ତ ଟଙ୍କା ଯୋଗାଡ କରି ସେ ଗତକାଲି ବିଦ୍ୟାଳୟରେ ଜମା ଦେବାକୁ ଯାଇଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ସମସ୍ତ ଅର୍ଥ ଜମା ନ ଦେଲେ ତାଙ୍କ ଦୁଇ ଶିଶୁଙ୍କୁ ସ୍କୁଲରୁ ବହିଷ୍କାର କରି ଦେବାର ଧମକ ଦେଇଥିବା ନେଇ ଆଜି ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ଦରଖାସ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ତାଙ୍କ ଆର୍ଥିକବସ୍ଥା ସ୍ୱଚ୍ଛଳ ନ ଥିବାରୁ ଶିକ୍ଷାଗତ ଅଧିକାର ନିୟମ ବଳରେ ବାର୍ଷିକ ଦେୟ କିଛି ମାତ୍ରାରେ ଛାଡ କରି ଦୁଇ ବିଦ୍ୟାର୍ଥୀଙ୍କୁ ପୁର୍ନବାର ନାମ ଲେଖାଇବା ପାଇଁ ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା ଜିଲ୍ଳା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକୁ ମଧ୍ୟ ବିଦ୍ୟାଳୟ କର୍ତୁପକ୍ଷ ଅବମାନନା କରି ସମସ୍ତ ଦେୟ ଜମା କରିବାକୁ ବାଧ୍ୟ ବୋଲି ପ୍ରକାଶ କରୁଥିବା ଶ୍ରୀମତି ଉମା ପ୍ରକାଶ କରିଛନ୍ତି । ଗତବର୍ଷ କୋଭିଡ ସମୟରେ ସେ ଜଣେ କରୋନା ଯୋଦ୍ଧା ଭାବେ ନିଜ ଜୀବନକୁ ବାଜି ଲଗାଇ ନିସ୍ୱାର୍ଥପର ଭାବେ ସେବା ଯୋଗାଇ ଆସିଥିବା ବେଳେ ତାଙ୍କ ମାଁଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନ ଥିବାରୁ ତାଙ୍କ ହାର୍ଟ ସର୍ଜର କରାଯାଇଥିବା ବେଳେ ପିତାଙ୍କ ମଧ୍ୟ ଦେହାନ୍ତ ଭଳି ଦୁଃଖଦ ଘଟଣା ଘଟିଥିଲା । ଫଳରେ ସର୍ଜରୀ ଓ ଅନ୍ତିମ ସଂସ୍କାର ନିମନ୍ତେ ବହୁ ଟଙ୍କା ଖର୍ଚ୍ଚାନ୍ତ ହେବାକୁ ପଡିଥିଲା । ବର୍ତମାନ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ଏପରି ଧମକ ତାଙ୍କ ଦୁଇ ପିଲାଙ୍କ ପାଠପଢା ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛି ତେଣୁ ବାର୍ଷିକ ଦେୟ ଅର୍ଥ ଜମାରେ କିଛି ଛାଡ କରିବା ନିମନ୍ତେ ସେ ଜିଲ୍ଳାପାଳଙ୍କ ହସ୍ତକ୍ଷେପ ଲୋଡିଥିବା ଶ୍ରୀମତି ଉମା ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.