ଟାଇମ୍ସ ଅଫ ଇଣ୍ଡିଆର ଯୁବ ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ବର: ଟାଇମ୍ସ ଅଫ ଇଣ୍ଡିଆର ଯୁବ ସାମ୍ବାଦିକ ପ୍ରୀତିମାନ ମହାପାତ୍ର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ପ୍ରୀତିମାନ ମହାପାତ୍ର କରୋନା ଆକ୍ରାନ୍ତ ହୋଇ ପ୍ରାୟ ୮ ଦିନ ତଳେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଯାଇଛି।ସାମ୍ବାଦିକ ଭାବରେ ସ୍ବର୍ଗତ ମହାପାତ୍ର ଦୁଇ ଦଶନ୍ଧି ଧରି କାର୍ଯ୍ୟ କରିଥିଲେ। ସନ୍ ଟାଇମ୍ସରୁ ତାଙ୍କର କାର୍ଯ୍ୟ ଆରମ୍ଭ ହୋଇଥିଲା। ତା’ପରେ ଓଟିଭି, ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍, ଡେକାନ୍ କ୍ରୋନିକଲ୍ ଏବଂ ଟାଇମ୍ସ ଅଫ୍ ଇଣ୍ଡିଆର ଭୁବନେଶ୍ଵର ସଂସ୍କରଣ ପାଇଁ କାର୍ଯ୍ୟ କରିଛନ୍ତି। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.