ଆଜି ସପ୍ତାହନ୍ତ ସଟଡାଉନର ଦ୍ୱିତୀୟ ଦିନ, ବନ୍ଦ ରହିବ ଦୋକାନ ବଜାର

ଭୁବନେଶ୍ୱର: ମହାମାରୀ କରୋନାର ଦ୍ବିତୀୟ ଲହରକୁ ପ୍ରତିହତ କରିବାକୁ ସରକାରଙ୍କ ପକ୍ଷରୁ ସପ୍ତାହନ୍ତ ସଟଡାଉନ ଲାଗୁ ହୋଇଛି। ସହରାଞ୍ଚଳରେ ଶୁକ୍ରବାର ରାତି ୯ଟାରୁ ଲାଗୁ ହୋଇଥିବା ସପ୍ତାହନ୍ତ ସଟଡାଉନ ସୋମବାର ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ। ଶନିବାର ରାଜ୍ୟର ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିଥିବାବେଳେ ଆଜି (ରବିବାର) ମଧ୍ୟ ନିୟମକୁ ପାଳନ କରାଯିବ। ଆଜି ସପ୍ତାହନ୍ତ ସଟଡାଉନର ଦ୍ବିତୀୟ ଦିବସରେ କଟକଣା କଡାକଡି ହେବା ସହ ଯାଞ୍ଚ ପ୍ରକ୍ରିୟା ଜୋରଦାର ହେବ ବୋଲି ଜଣା ପଡ଼ିଛି। ଏହି ସମୟରେ କେବଳ ଜଗିଙ୍ଗ ଓ ସାଇକେଲିଂ ପାଇଁ ସକାଳ ୫ରୁ ୬ଟା ପର୍ଯ୍ୟନ୍ତ ଏକ ଘଣ୍ଟା କଟକଣା କୋହଳ ହୋଇଛି। ତେବେ କଟକଣା ବେଳ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଆଦି ଖୋଲା ରହୁଛି। ଏହା ବ୍ୟତିରେକ ଟେଲିକମ୍ ସର୍ଭିସ୍, ପେଟ୍ରୋଲ ପମ୍ପ, ଏଲପିଜି ବିତରଣ କଟକଣା ମୁକ୍ତ ରହିଛି। ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ବିତରଣ, ମାଲପରିବହନକୁ କଟକଣାରୁ ବାଦ ଦିଆଯାଇଛି। ସେହିପରି ଶିଳ୍ପ ଉଦ୍ୟୋଗ ଓ ନିର୍ମାଣ କାର୍ଯ୍ୟ ଚାଲିବ।ତେଜରାତି, ଆମିଷ ଓ କ୍ଷୀର ଦୋକାନ ଖୋଲା ରହିବ। ଆହୁରି ମଧ୍ୟ ରେଳ ଓ ବିମାନ ସେବା ଜାରି ରହିବ। ଯାତ୍ରୀଙ୍କୁ ଷ୍ଟେସନ୍ ଓ ବସଷ୍ଟାଣ୍ଡରୁ ଟିକେଟ୍ ଦେଖାଇ ଟାକ୍ସି ଗୁଡିକ ନେବା ଆଣିବା କରିପାରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.