ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ

ନର୍ଲା-ରୁପ୍ରାରୋଡ ମାଟି ତା’ର ଏକ ସୂଯୋଗ୍ୟ ସନ୍ତାନକୁ ହରାଇଲା, ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ନିଧନ ଅଞ୍ଚଳ ପାଇଁ ଅପୂରଣୀୟ କ୍ଷତି -ମନୋଜ ପଟ୍ଟନାୟକ

କଳାହାଣ୍ଡି: ପଞ୍ଚଭୂତରେ ଲୀନ ହୋଇ ଯାଇଛନ୍ତି ରୁପ୍ରାରୋଡର ବିଶିଷ୍ଟ ସମାଜସେବୀ, ଶିକ୍ଷାବିତ, ଶିଳ୍ପପତି ଓ ଦୁର୍ଗତ ମଣିଷର ବନ୍ଧୁ ଡ଼ଃ ସାଧୁରାମ ଅଗ୍ରୱାଲ। ନିଃସ୍ୱାର୍ଥପର ଭାବେ ଦିର୍ଘ ବର୍ଷଧରି ସମାଜସେବା କରିବା ଭିତରେ ସେ ସମସ୍ତଙ୍କ ପ୍ରିୟପାତ୍ର ଓ ସମ୍ମାନନୀୟ ବ୍ୟକ୍ତିତ୍ୱର ଅଧିକାରୀ ହୋଇ ପାରିଥିଲେ। ସମାଜସେବା ସହ ଅନେକ ନିଷ୍କ୍ରିୟ ଅନୁଷ୍ଠାନକୁ ପୁନଃଜୀବିତ କରିବାରେ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ଯାହା ତାଙ୍କୁ ଚିରଦିନ ପାଇଁ ଅମର କରି ରଖିବ। ଶନିବାର ତାଙ୍କର ଦେହାନ୍ତ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି। ସମ୍ମାନର ସହ କର୍ମଭୂମି ରୁପ୍ରାରୋଡରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଡ଼ଃ ସାଧୁରାମଙ୍କୁ ହରାଇ ରୁପ୍ରାରୋଡ ଝୁରି ହେଉଥିବାବେଳେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ନର୍ଲା ବିିିଧାୟକ ଭୁୁୁପିନ୍ଦର ସିଂ, ପୂର୍ବତନ ସାଂସଦ ରାସବିହାରୀ ବେହେରା, ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାଶ, ବିରୋଧିଦଳ ନେତା ପ୍ରଦିପ୍ତ କୁମାର ନାଏକ, ପୂର୍ବତନ ବିଧାୟକ କୁମରମଣୀ ଶବର, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ ଓ ରିନା ଭୋଇ, ନର୍ଲା କଂଗ୍ରେସ କମିଟି ସଭାପତି ସମୀର ଚାନ୍ଦ, ପୂର୍ବତନ ସଭାପତି ଦେବୀଦେବ ଶର୍ମା, ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା, ଯୁବ ସମାଜସେବୀ ମନୋଜ କୁମାର ପଟ୍ଟନାୟକ, ବିକାଶ ଦତ୍ତା, ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ସମେତ ମାରଓ୍ବାଡି ଯୁବାମଞ୍ଚ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, ଅନେକ ସାଂସ୍କୃତିକ/ସାମାଜିକ ଓ ଶିକ୍ଷାନୁଷ୍ଠାନ, ବିଭିନ୍ନ ସାମ୍ବାଦିକ ସଂଘ, ନିର୍ବାଚିତ ଲୋକ ପ୍ରତିନିଧି ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।

ସମାଜସେବା କ୍ଷେତ୍ରରେ ଡ଼ଃ ସାଧୁରାମ ଅଗ୍ରୱାଲଙ୍କୁ ଗୁରୁ ବୋଲି ମାନୁଥିବା ଯୁବ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ଡ଼ଃ ଅଗ୍ରଓ୍ବାଲଙ୍କ ନିଧନରେ ଗଭୀର ଭାବେ ମର୍ମାହତ ହୋଇଛନ୍ତି। ସେ ଓଡ଼ିଆ ବାର୍ତ୍ତାକୁ କହିଛନ୍ତି ଯେ, ସ୍ବର୍ଗତ ଡ଼ଃ ଅଗ୍ରଓ୍ବାଲଙ୍କ ନିଧନରେ ମୁଁ ବିଶେଷ ଭାବେ ମର୍ମାହତ। ସମାଜସେବା କ୍ଷେତ୍ରରେ ସେ ମୋର ଗୁରୁ ଓ ଆଦର୍ଶ ଥିଲେ। ଡ଼ଃ ଅଗ୍ରଓ୍ବାଲଙ୍କ ଅକାଳ ବିୟୋଗ ଅଞ୍ଚଳ ପାଇଁ ଏକ ଅପୁରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ନର୍ଲା-ରୁପ୍ରାରୋଡ ମାଟି ତା’ର ଏକ ସୂଯୋଗ୍ୟ ସନ୍ତାନକୁ ହରାଇଲା, ସେ ସବୁଦିନ ପାଇଁ ଆମର ହୃଦୟରେ ରହିବେ ବୋଲି ମନୋଜ ପଟ୍ଟନାୟକ ତାଙ୍କ ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.