ଅସହ୍ୟ ଗୁଳୁଗୁଳିକୁ ଅଘୋଷିତ ବିଦ୍ୟୁତ କାଟ, ଅସ୍ତବ୍ୟସ୍ତ ଜନଜୀବନ

ଲାଞ୍ଜିଗଡ଼: ଅସହ୍ୟ ଗରମ ସାଙ୍ଗକୁ ବିଜୁଳୀର ଲୁଚକାଲି ଖେଳ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଚି। କଳାହାଣ୍ଡି ଜିଲ୍ଲାର ଏକ ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲାଞ୍ଜିଗଡ଼ ବ୍ଲକର ଅନେକ ଅଞ୍ଚଳରେ ମନଇଚ୍ଛା ଚାଲିଛି ବିଦ୍ୟୁତ କାଟ। ବ୍ଲକର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଏସମନ୍ଧରେ ଲୋକେସବାରମ୍ବାର ବିଦ୍ୟୁତ ବିଭାଗକୁ ଅଭିଯୋଗ କରୁଥିଲେ ମଧ୍ୟ କିଛି ସୁଫଳ ମିଳି ପାରୁନାହିଁ। ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍ କାଟ୍ ଚାଲିଥିବା ବେଳେ ଗତ ମାସେ ହେବ ସନ୍ଧ୍ୟା ସମୟରୁ ରାତି ଯାକ ବିଦ୍ୟୁତ କାଟ ହେଉଛି ବୋଲି ବ୍ଲକର କମର୍ଦ୍ଧା, ମୁଣ୍ଡାଗାଁ, ଗନ୍ଧରବାରୁ, ଉଲିଗୁଞ୍ଜେର ଓ ସମରକଟା ସମେତ ଅନେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରାତିରେ ବିଦ୍ୟୁତ କାଟ ହେଉଥିବାରୁ କେହି ହେଲେ ଶାନ୍ତିରେ ସୋଇ ପାରୁ ନାହାନ୍ତି। ଅସହ୍ୟ ଗରମ, ଗୁଳୁଗୁଳି ସହ ବିଦ୍ୟୁତ ଉଭାନ ହେବାଯୋଗୁଁ ଯୋଗୁଁ ଛୋଟ ଛୋଟ ଶିଶୁ, ବରିଷ୍ଠ ନାଗରିକ ଓ ରୋଗୀମାନେ ଅସହ୍ୟ ବେଦନା ସହ୍ୟ କରୁଛନ୍ତି। ଗତ କିଛିଦିନ ହେବେ କଳାହାଣ୍ଡି ଜିଲ୍ଲାରେ ପାରଦ ୪୦ଂ ଛୁଇଁଥିବା ବେଳେ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଅସହ୍ୟ ଗରମରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏପରି ସ୍ଥିତିରେ ବାରମ୍ବାର ବିଦ୍ୟୁତ୍ କାଟ୍ ଲୋକଙ୍କୁ ଆହୁରି ବିଚଳିତ କରିଦେଉଛି। ଏପଟେ ଆସନ୍ତା ୫ ତାରିଖରୁ ୧୪ଦିନ ପାଇଁ ସାରା ରାଜ୍ୟ ଲକଡାଉନରେ ରହିବ। ଏହି ସମୟରେ ଲୋକେ ଘରେ ରହିବେ। ଯଦି ପୂର୍ବପରି ବିଦ୍ୟୁତ କାଟ ଚାଲିବ ତେବେ ଲୋକେ ଯମଯନ୍ତ୍ରଣା ଭୋଗ କରିବା ପରି ସ୍ଥିତିକୁ ଆସିବେ। ତେଣୁ ଅତ୍ୟନ୍ତ ପକ୍ଷେ ସଟଡାଉନ ସମୟରେ ବିଦ୍ୟୁତ କାଟ ନକରିବାକୁ ଅଞ୍ଚଳର ଜନସାଧାରଣ ଅନୁରୋଧ କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.