ସଟଡାଉନରେ ଏସପି କରୁଥିଲେ ଅନୁଧ୍ୟାନ: ଅମାନିଆଙ୍କ ୪୫ଟି ବାଇକ ଜବତ ସହ ୨୭,୫୦୦ ଜୋରିମାନା ଆଦାୟ

ନିୟମ ଉଂଲଘନ କରୁଥିବା ଅମାନିଆମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ରାୟଗଡ, (ଶିବ ନାରାୟଣ ଗୈାଡ): ମହାମାରୀ କରୋନା ପ୍ରଭାବରେ ରାୟଗଡ ଜିଲ୍ଳାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଳା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନକୁ ମଧ୍ୟ କଡାକଡି ଭାବେ ପାଳନ କରାଯାଉଛି।


ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ନିଜେ ସଟଡାଉନ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ସହରର ବିଭିନ୍ନ ସ୍ଥାନ ଗସ୍ତ କରି ନିୟମ ଉଂଲଘନ କରୁଥିବା ଅମାନିଆମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିନା କାରଣରେ ଘରୁ ବାହାରି ବାଇକରେ ବୁଲୁଥିବା ଅମାନିଆଙ୍କ ଗାଡିଗୁଡିକୁ ଜବତ କରି ଥାନାକୁ ଆଣି ଜୋରିମାନା ଆଦାୟ ପରେ ଛଡାଯାଇଛି।


ରାୟଗଡ ସହରର ବସଷ୍ଟାଣ୍ଡ ଛକ, ଶାରଳା ଛକ, ଜ୍ୟୋତିମହଲ ଛକ, ମୁଖ୍ୟ ବଜାର, ଏସବିଆଇ ଛକ, ସାଇପ୍ରିୟା ନଗର, ତୁମ୍ବିଗୁଡା ଛକ ଆଦି ପ୍ରମୁଖ ସ୍ଥାନଗୁଡିକ ସହ ରିଙ୍ଗରୋଡ ଅଂଚଳରେ ଏସ.ପି.ଶ୍ରୀ ଶର୍ମାଙ୍କ ସମେତ ଅତିରିକ୍ତ ଏସ.ପି. ରାମପ୍ରସାଦ ସାହୁ, ଆଇଆଇସି ନିହାର ରଂଜନ ପ୍ରଧାନ, ଏସ.ଆଇ. ମାସନ କୁମାର ସାହୁଙ୍କ ସମେତ ଥାନାର ଅନ୍ୟ ପୋଲିସ କର୍ମଚାରୀମାନେ ଅଚାନକ ଗସ୍ତ କରି ଅମାନିଆଙ୍କୁ ସାବାଡ୍ କରିଥିଲେ।


ସଟଡାଉନର ଦୁଇଦିନରେ ୪୫ଟି ବାଇକ ଥାନାରେ ଜବତ କରାଯାଇଥିବା ବେଳେ ଅମାନିଆଙ୍କ ଠାରୁ ଜୋରିମାନା ବାବଦକୁ ୨୭,୫୦୦ଟଙ୍କା ଆଦାୟ କରାଯାଇଥିବା ଏସ.ଆଇ.ମାନସ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.