ନର୍ଲା: ନର୍ଲାରୋଡ ସ୍ଥିତ ଏକ ଘରୋଇ କ୍ଲିନିକ ସିଲ୍ ହୋଇଛି। ଉକ୍ତ କ୍ଲିନିକ ବେଆଇନ ଭାବେ ଚାଲୁଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ନର୍ଲା ତହସିଲଦାର (ମାଜିଷ୍ଟ୍ରେଟ), ମେଡିକାଲ ଟିମ୍, ସ୍ବତନ୍ତ୍ର ସ୍ବାର୍ଡ ଓ ପୋଲିସ ଚଢାଉକରି ଉକ୍ତ କ୍ଲିନିକକୁ ସିଲ୍ କରିଛନ୍ତି। ଆଗାମୀ ଦିନରେ ଜିଲ୍ଲାରେ ଚାଲିଥିବା ବେଆଇନ କ୍ଲିନିକଗୁଡିକୁ ସିଲ୍ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।