ଚାଟିକଣା ପଂଚାୟତରେ ଗ୍ରାମ ସଭା ଅନୁଷ୍ଠିତ

ଗୁଣପୁର: ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକଣା ପଂଚାୟତ ଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରପଞ୍ଚ ସୁକାନ୍ତି ପେରିସିକା, ଚାଇଲଡ଼ ଲାଇନ ଟିମ ସଦସ୍ୟ ରାଧେଶ୍ୟାମ ହିଆଲ, ବ୍ଲକ ବିଜେଡି ଯୁବ ଉପସଭାପତି ପି. ଅନିଲ କୁମାର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଧାକର ଗରଡ଼ିଆ, ଗ୍ରାମ୍ୟ ରୋଜଗାର ସେବକ ସନ୍ତୋଷ, ଓଡ଼ିଶା ଜୀବିକା ମିଶନର ମହିଳା ଏବଂ ଗ୍ରାମବାସୀ ପ୍ରମୁଖ ଯୋଗ ଦେଇ ବାଲ୍ୟ ବିବାହ ରୋକିବା ଦିଗରେ ଶପଥ ଗ୍ରହଣ କରିଥିଲେ। ଝିଅ କୁ ୧୮ ବର୍ଷ ପୂର୍ବରୁ ବାହା କରିବା ଏବଂ ପୁଅ କୁ ୨୧ ବର୍ଷ ପୂର୍ବରୁ ବାହା କରିବା ଆଇନଗତ ଅପରାଧ ତେଣୁକରି ଝିଅ ଆଉ ପୁଅ ଉପଯୁକ୍ତ ବୟସ ହେବା ପରେ ବିବାହ କରିବାକୁ ଉପସ୍ଥିତ ଅଧିକାରୀ ମାନେ କହିଥିଲେ ସେହିପରି। ନିଜ ଗ୍ରାମକୁ ସ୍ୱଛତା ରଖିବା, ପାଇଖାନା ବ୍ୟବହାର କରିବା ପାଇଁ ଏହି ବୈଠକରେ ଏହି ସମସ୍ତ ବିଷୟ ଆଲୋଚନା କରାଯାଇଥିଲା। ଶେଷରେ ଯୁବ ସମାଜସେବୀ ପ୍ରମୋଦ ଦାଶ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.