ଜୟପୁର: ସ୍ଥାନୀୟ ନାରାୟଣୀ ମହାବିଦ୍ୟାଳୟ ପରିସରରେ ମାଲକାନଗିରି ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ରାଜ୍ୟ ସ୍ତରୀୟ ଛାତ୍ର ମେଧା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଟିଲଗ୍ନା କୋରାପୁଟ ଜିଲ୍ଲା ଶାଖାର ସଭାପତି ଯଜ୍ଞେଶ୍ବର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଟିଲଗ୍ନା ସାହିତ୍ୟ ସଂସଦର ପ୍ରତିଷ୍ଠାତା ତଥା ମାଲକାନଗିରି ଜିଲ୍ଲା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଯଥାକ୍ରମେ ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁର ସିମାଞ୍ଚଳ ମିଶ୍ର, ଉପଖଣ୍ଡୀୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା, ବିଶିଷ୍ଟ ଶିକ୍ଷାବିତ ମାଲକାନଗିରି ସିମାଞ୍ଚଳ ପଣ୍ଡା ଯୋଗଦାନକରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ମାଟିଲଗ୍ନା ମେଧା ସମ୍ମାନ ଓ ପୁରସ୍କାର ପ୍ରଦାନ କରିଥିଲେ। ଜୟପୁର ବ୍ଲକ ଓ ପୋୖରାଞ୍ଚଳର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ପ୍ରକାଶଥାଉକି ପୂର୍ବରୁ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ବିଭିନ୍ନ ବିଦ୍ୟାଳୟରେ ଗଳ୍ପ, ପ୍ରବନ୍ଧ, କବିତା ଆବୃତ୍ତି, ବକ୍ତୃତା , ସାଧାରଣ ଜ୍ଞାନ ଓ ନୃତ୍ୟ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଚୟନ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ସଂଯୋଜିକା କବିତା ସାହୁ ଅତିଥି ଆମନ୍ତ୍ରଣ କରିଥିବାବେକେ ରାଜ୍ୟ ମହିଳା ମଞ୍ଚ ପରିଚାଳିକା ଶୋଭାଗିନୀ ନନ୍ଦ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶିଶୁ କଣ୍ଠ ଶିଳ୍ପୀ ହର୍ଷିତା ପଟ୍ଟନାୟକ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ସମ୍ପାଦକ ସୂର୍ଯ୍ୟ ନାରାୟଣ ସାବତ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସଭ୍ୟ ଅଶୋକ ମହାରଣା, ରାଜେଶ୍ୱରୀ ନନ୍ଦ, ଅନନ୍ତ ବିଜୟ ଧୀବର, ସୁଧାଂଶୁ ଶେଖର ପଟ୍ଟନାୟକ, ମନୋରଞ୍ଜନ ପଣ୍ଡା, ସନ୍ତୋଷ କୁମାର ସାହୁ, ଅଶୋକ କୁମାର ପଲେଇ, ମନୋରଞ୍ଜନ ପଣ୍ଡା, ଶୁଭସ୍ମିତା ସାହୁ, ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ଡ. ଜ୍ୟୋତ୍ସ୍ନା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅନନ୍ୟା ପାଣିଗ୍ରାହୀ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ।