ଇମ୍ଫା କାରଖାନା ତରଫରୁ ରକ୍ତଦାନ ଶିବିର, ୫୬ୟୁନିଟ ରକ୍ତ ସଂଗ୍ରହ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା କୋଲନରା ବ୍ଳକ ଥେରୁବାଲି ସ୍ଥିତ ଇମ୍ଫା କାରଖାନାର ୬୦ତମ ପ୍ରତିଷ୍ଠା ଦିବସ ଅବସରରେ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ନିର୍ବାହୀ ସଂସ୍ଥା “ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ” ଓ ଇମ୍ଫାର ମଳିତ ସହଯୋଗରେ ଗୋପବନ୍ଧୁ ନଗରସ୍ଥିତ ଇମ୍ଫା ଏମ୍ପ୍ଲୋୟିଜ୍ କ୍ଲବ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରରକ୍ତ ଭଣ୍ଡାରର ଅଧିକାରୀ ଓ କର୍ମଚାରୀମାନେ ପରିଚାଳନା କରିଥିଲେ।

Omkar Vasthu
Omkar Vasthu


ଏହି ଶିବିରକୁ ଥେରୁବାଲି ଗ୍ରାମ ପଂଚାୟତର ସରପଞ୍ଚ ଶ୍ରୀମତୀ କମଳା ହିକକା ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିବିରକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଇମ୍ଫାର କାର୍ଯ୍ୟ ନିର୍ବାହୀ ଉପସଭାପତି କେ.ଭି. ରାଓ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇମ୍ଫାର ଉପମୁଖ୍ୟ ପ୍ରବନ୍ଧକ କଲୋଲ କୁମାର ନାୟକ, ବରିଷ୍ଠ ପ୍ରବନ୍ଧକ କର୍ମିକ, ଇମ୍ଫା ଡାକ୍ତରଖାନା ର କର୍ମଚାରୀମାନେ ଉପସ୍ତୁତ ରକ୍ତଦାତା ଓ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ଏହି କାର୍ଯ୍ୟକ୍ରମକୁ ଇମ୍ଫାର ଲୋକ ସମ୍ପର୍କ ବିଭାଗର ବରିଷ୍ଠ ପ୍ରବନ୍ଧକ ଶକ୍ତି ପ୍ରସାଦ ପାଣିଗ୍ରାହୀ ନେତୃତ୍ୱରେ ବିଭାଗୀୟ କର୍ମକର୍ତ୍ତାମାନେ ଶିବିର ପରିଚାଳନା କରିଥିଲେ। ଶିବିରରେ ସ୍ଥାନୀୟ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଜଗଦୀଶ ମହାପାତ୍ର , ଅଶୋକ ହିକକା ଓ ପଲ୍ଲୀ ବିକାଶ ସ୍ବେଛାସେବୀ ସଂସ୍ଥାର ନିର୍ଦେଶକ ରାଧାଶ୍ୟାମ ପଣ୍ଡା ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ।

Udyog Nursery
Udyogi Nursery


ନିରଞ୍ଜନ ସାହୁ, ସିଲେଇ ଶିକ୍ଷା କେନ୍ଦ୍ରର ପ୍ରଶିକ୍ଷକ ଶ୍ରୀମାନ କଣ୍ଡୁରୁ ଅପନା ଓ ଶିକ୍ଷାର୍ଥୀ ସୁଶ୍ରୀ ରତ୍ନାଲୁ , ମାଳତୀ, କବିତା, ଇମ୍ଫା ନିରାପତ୍ତା ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସ୍ୱେଚ୍ଛାସେବୀ ଭାବେ ସହଯୋଗ କରିଥିଲେ। ସ୍ଥାନୀୟ ଯୁବକଗଣ ଓ ଇମ୍ଫାର କର୍ମଚାରୀ ମାନେ ମିଳିତଭାବେ ୫୬ ୟୁନିଟ ରକ୍ତଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.