ନର୍ଲା ପଞ୍ଚାୟତ ସମିତି ହାଇସ୍କୁଲର ୧୯୯୫ ବ୍ୟାଚ ମେଟ୍ରିକ ଛାତ୍ର ମାନଙ୍କ ବନ୍ଧୁମିଳନ ଓ ବଣଭୋଜି

ନର୍ଲା, (ନିରଞ୍ଜନ ଗଉଡ): ସ୍ଥାନୀୟ ଗାଡ଼ିଆଜୋର ଠାରେ ନର୍ଲା ପଞ୍ଚାୟତ ସମିତି ହାଇସ୍କୁଲର ୧୯୯୫ ବ୍ୟାଚ ମେଟ୍ରିକ ଛାତ୍ର ମାନଙ୍କ ବନ୍ଧୁମିଳନ ଓ ବଣଭୋଜି ଅନୁଷ୍ଠିତ ହୋଇଯାଇଅଛି । ବନ୍ଧୁ ଅଜୟ କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ମନୋରମ ପ୍ରାକୃତିକ ପରିବେଶ ମଧ୍ୟ୍ୟରେ ଏହା ଆୟୋଜିତ ହୋଇଥିଲା ।

Omkar Vasthu
Omkar Vasthu


ଏହି ବଣ ଭୋଜିରେ ପଞ୍ଚାୟତ ସମିତି ହାଇସ୍କୁଲର ୧୯୯୫ ବ୍ୟାଚର ଅବୋଧ କୁମାର ଚାନ୍ଦ, ପ୍ରିୟବ୍ରତ ଚାନ୍ଦ, ଶୈଲେଶ କୁମାର ପୂଜାରୀ, ଶିକ୍ଷକ ଯୁଧିଷ୍ଠିର ମାଝୀ, ଶିକ୍ଷକ ଲଳିତ ମାଝୀ, ମନୋଜ କୁମାର ବେହେରା, ପ୍ରଶାନ୍ତ କୁମାର ବେହରା, ସୁଦାମ ଚରଣ ଝାଙ୍କର, ପ୍ରଦୀପ ଚନ୍ଦନ, ଦୈତାରୀ ବାଗ, ଗୋପାଳ ବାଗ, ସାମ୍ବାଦିକ ଦୀପକ କୁମାର ଠାକୁର ଓ ନିରଞ୍ଜନ ଗଉଡ଼ ଉପସ୍ଥିତ ରହି ପ୍ରଥମେ ସମସ୍ତେ ପରସ୍ପରକୁ ଆଲିଙ୍ଗନ ପୂର୍ବକ ନୂତନ ବର୍ଷ ର ଶୁଭେଚ୍ଛା ଆଦାନ ପ୍ରଦାନ କରିବା ସହ ମା ମାଣିକେଶ୍ବରୀଙ୍କ ଠାରେ ସମସ୍ତଙ୍କ ପରିବାରର ମଙ୍ଗଳ କାମନା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ଆୟୋଜିତ ବନ୍ଧୁ ମିଳନ ସଭାରେ ସମସ୍ତ ବନ୍ଧୁ ନିଜ ନିଜର ଅନୁଭୂତି ପ୍ରକାଶ କରିବା ସହ ବନ୍ଧୁ ମନୋଜ ବେହେରା ସମସ୍ତେ ଗୋଟିଏ କୁଟୁମ୍ଭ ଓ ଗୋଟିଏ ମା ର ଛୁଆ ଭଳି ସୁଖ ଦୁଃଖରେ ମିଳିମିଶି ରହିବା ବୋଲି ପ୍ରକାଶ କରିଥିଲେ । ଏହି ବନ୍ଧୁମିଳନର ଆୟୋଜନ କରିଥିବା ଦୁଇ ବନ୍ଧୁ ପ୍ରିୟବ୍ରତ ଚାନ୍ଦ ଓ ଦୀପକ ଠାକୁରଙ୍କୁ ସମସ୍ତେ ସାଧୁବାଦ ଜଣାଇ ଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.