ୱାଇଏମସି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ନୂଆପଡା: ସ୍ଥାନୀୟ ମିନି ଷ୍ଟାଡିଅମ ଠାରେ ୩୦ତମ ସର୍ବ ଭାରତୀୟ ୱାଇ.ଏମ.ସି କପ ଉଦଘାଟିତ ହୋଇଯାଇଛି। ନୂଆପଡା ଜିଲ୍ଲା କ୍ରିକେଟ ସଂଙ୍ଘ ସମ୍ପାଦକ ସରୋଜ କୁମାର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବରେ ନୂଆପଡା ଜିଲ୍ଲପାଳ ସ୍ଵଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲା ବେଳେ ନୂଆପଡା ଜିଲ୍ଲା ପରିଷଦ ଅଧକ୍ଷା ନମିତା ପ୍ରଧାନ, ଉପାଧକ୍ଷ ଭାନୁ ପ୍ରତାପ ସିଂ ମାଝୀ, ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ଯୁବ ଆଇନଜୀବୀ ଧନିରାମ ସାହୁ, ଜିଲ୍ଲା କ୍ରିକେଟ ସଂଙ୍ଘ ସଭାପତି ପ୍ରକାଶ ସାହୁ, ବିଜେଡି ସମ୍ପାଦକ ସୁଧୀର ମିଶ୍ର, ପ୍ରାଥମିକ ଶିକ୍ଷକ ସଂଙ୍ଘ ସଭାପତି ସୁରେଶ ସାହୁ, ୱାଇ.ଏମ.ସି କ୍ଳବ ସଭାପତି ବାପି ଦାସ, ସମ୍ପାଦକ ପିଣ୍ଟୁ ବଗର୍ତ୍ତୀ, ପୂର୍ବତନ ଖେଳାଳି ସଞ୍ଜୟ ପଟ୍ଟନାୟକ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।


ଉଦ୍ଘାଟନୀ ମେଚରେ ୱାଇ. ଏମ. ସି ନୂଆପଡା ଦଳ ସହିତ ରାଇପୁର ଏକାଡେମୀ ମଧ୍ୟ ରେ ପ୍ରଥମ ଦିନ ଖେଳ ଅନୁଷ୍ଠିତ ହୋଇ ଯାଇଛି। ରାଇପୁର ଦଳ ୨୯ ଓଭର ରେ ସମସ୍ତ ୱକେଟ ହରାଇ ୧୬୬ ରନ ନୂଆପଡା ଦଳ କୁ ଟାର୍ଗେଟ ଦେଇଥିଲା। ଜବାବରେ ନୂଆପଡା ଦଳ ୧୪ ଓଭର ୪ ବଲ ରେ ୯ ୱକେଟରେ ନିର୍ଦ୍ଧାରିତ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ଶୈଳେଶ ଶତପଥି ସ୍କୋରର ଭାବେ ଦାଇତ୍ୱ ତୁଲାଇ ଥିବା ବେଳେ ଅମପେୟାରିଙ୍ଗ ସଞ୍ଜୟ ରାଉତ ଓ ବିମଲ ମହାକୁଡ଼ କରିଥିଲେ।


ମେଚ ରେ ଧାରା ବିବରଣୀ କାର୍ତ୍ତିକ ନିଆଲ ପ୍ରଦାନ କରିଥିଲେ। ମେନ ଅଫ ଦି ମେଚ ନୂଆପଡା ଦଳ ର ସୌରଭ ପଣ୍ଡା ୬୯ ବଲ ରେ ୭ ଟା ୬ ଏବଂ ୧୦ ଟା ୪ ବଳ ରେ ୧୦୦ ରନ ସଂଗ୍ରହ କରିଥିଲେ।


ନୂଆପଡା ଦଳ ର ପ୍ରୟାସ ସିଂ ଠାକୁର ୬ ଓଭର ୨୮ ରନ ୩ ୱକେଟ ନେଇ ବିଜୟ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜଳ ଛାୟା ବିଭାଗ ଗିରିଜା ଶଙ୍କର ମହାପାତ୍ର ଙ୍କ ଦ୍ୱାରା ମେନ ଅଫ ଦି ମେଚ ପ୍ରଦାନ କରାଯାଇଥିଲା।

ୱାଇ. ଏମ. ସି କ୍ଳବ ର ଜିତୁ ହୋତା, ଟିପୁ ଖାନ, ଜାବେଦ ଖାନ, ପ୍ରତୀକ ପଟ୍ଟନାୟକ, ବାପି ମହଲା, ରାଜ କୁମାର ପ୍ରମୁଖ ବିଶେଷ ଭାବେ ସହଯୋଗ କରିଥିଲେ। ତେବେ ଆଜି ଭିଲାଇ ଫରେଷ୍ଟ ବନାମ ବ୍ଲୁ ଡାଇମଣ୍ଡ ବରଗଡ଼ ମଧ୍ୟ ରେ ମେଚ ଖେଳା ଯିବ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.