କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ଅସହାୟଙ୍କୁ କମ୍ବଳ ବଣ୍ଟନ

ଭବାନୀପାଟଣା: ମାଣିକେଶ୍ବରୀ ମନ୍ଦିର ସମ୍ମୁଖରେ ଭିକ୍ଷା ବୃତ୍ତି କରି ଚଳୁଥିବା ବ୍ୟକ୍ତି ଓ ଅସହାୟ ବୃଦ୍ଧବୃଦ୍ଧା ମାନଙ୍କୁ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ତରଫରୁ କମ୍ବଳ ପ୍ରଦାନ କରାଯାଇଛି । କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ନେତୃତ୍ୱରେ ଭବାନୀପାଟଣା ଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଖିଳ ଭାରତବର୍ଷୀୟ ଯୁବ ଯାଦବ ମହାସଭା ଯୁବ ସଭାପତି ଇଂ ପ୍ରଦୀପ କୁମାର ବେହେରା, ଉତ୍କଳ ଯାଦବ ମହାସଭା ସମ୍ପାଦକ କିର୍ତ୍ତନ ନାଏକ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ,

ଜିଲ୍ଲା ଯୁବ ଯାଦବ ମହାସଭା ଉପ ସଭାପତି ଡାକେଶ୍ବର ଲହଜଲ, ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ଯୁଗ୍ମ ସମ୍ପାଦକ ତ୍ରିଲକ୍ଷ ନାୟକ, କୋଷାଧ୍ୟକ୍ଷ ସନ୍ତୋଷ ବାଗଙ୍କ ସମେତ କଟକ ମହାନଗର ଯାଦବ ମହାସଭା ସମ୍ପାଦକ ସମରଜିତ ବେହେରା, ପୂର୍ବତନ ଜିଲ୍ଲା ଯାଦବ ମହାସଭା ସଭାପତି ଡମ୍ବରୁଧର ଲହଜଲ, ଶାନ୍ତି କମିଟି ସଦସ୍ୟ ଧନେଶ୍ଵର ଭାଟି ପ୍ରମୁଖ ଉପସ୍ଥିତ ରହି ବୃଦ୍ଧ ବୃଦ୍ଧା ଓ ଅସହାୟ ବ୍ୟକ୍ତିମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ ।


ବର୍ଷସାରା ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମ, ଅସହାୟ ଓ ଅନାଥ ପିଲାଙ୍କୁ ଆର୍ଥିକ ସହଯୋଗ ଏବଂ ଜନ ସଚେତନତା ସୃଷ୍ଟି କରାଇ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସାରା ଭାରତବର୍ଷରେ ନିଜର ସ୍ବାତନ୍ତ୍ରତା ପ୍ରତିପାଦନ କରିପାରିଛି । ଚଳିତ ବର୍ଷ ଧର୍ମଗଡ଼, କେସିଙ୍ଗା, କାଣ୍ଡେଲ ଓ ଆଜି ଭବାନୀପାଟଣାରେ କମ୍ବଳ ବିତରଣ କରାଯାଇଥିବାବେଳେ ପରବର୍ତ୍ତୀ କମ୍ବଳ ବଣ୍ଟନ ଜୁନାଗଡ଼ ସହରରେ କରାଯିବ ବୋଲି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର ପ୍ରକାଶ କରିଛନ୍ତି ।


ଅଖିଳ ଭାରତବର୍ଷିୟ ଯୁବ ଯାଦବ ମହାସଭା ସଭାପତି ଇଂ ପ୍ରଦୀପ କୁମାର ବେହେରା କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ତଥା ଯୁବ ଯାଦବ ମହାସଭାର ଏପରି ଲୋକାଭିମୁଖୀ କାର୍ଯ୍ୟଧାରାକୁ ପ୍ରଶଂସା କରିବାସହ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ଯାଦବ ମହାସଭାର ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.