ଭଦ୍ରକ: ଭଦ୍ରକାଳୀ ମ୍ୟୁଜିକ୍ ଏଣ୍ଡ ଆର୍ଟ ସ୍କୁଲର ଚର୍ତୁଦଶ ବାର୍ଷିକ ଉତ୍ସବ ପାଳନ ଅବସରରେ ରାଜ୍ୟସ୍ତରୀୟ ସମର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ଆଧ୍ୟାତ୍ମିକ କବି ଚେତନା ୨୦୨୨ ପ୍ରଦାନ କରାଯାଇଛି । ସେ ଜୟଗୁର କଲୋନୀ ବିଡାନାସୀ ନିବାସୀ । ସମ୍ପ୍ରତି ସେ ଓଡ଼ିଶା ଅର୍ଥ ସେବା ଅଧିକାରୀ ରୂପେ କାର୍ଯ୍ୟରତ । ସେ ତାଙ୍କର ପ୍ରଭାବଶାଳୀ ବକ୍ତବ୍ୟ ଏବଂ ଆଧ୍ୟାତ୍ମିକ ଚେତନା ସମ୍ମିଳିତ କବିତାର ସ୍ୱର ମାଧ୍ୟମରେ ସାଧାରଣ ଜନତାଙ୍କୁ ଆକୃଷ୍ଟ କରି ପାରିଛନ୍ତି। ସଂଗ୍ରାମ କେଶରୀ ଦୁଇ ଗୋଟି କବିତା ପୁସ୍ତକ ଆମ ଯୁଗ ଜିନ୍ଦାବାଦ ଏବଂ ପରିବର୍ତ୍ତନ କବିତା ସମ୍ଭାରର ରଚୟତା । କବିତା ଗୁଡ଼ିକ ଆଧ୍ୟାତ୍ମିକ ସ୍ୱର ଏବଂ ସ୍ଵାକ୍ଷରକୁ ବହନ କରିଛି । ସାହିତ୍ୟ, ସମାଜସେବା, ପରିବେଶ ସୁରକ୍ଷା ଏବଂ ଆଧ୍ୟାତ୍ମିକ ଚେତନା ବିଷୟରେ ସଚେତନତା କବିତା ରଚନା ତାଙ୍କର ସ୍ଵତନ୍ତ୍ର ଭାବକୁ ପରିପ୍ରକାଶ କରିଥାଏ । ଏହି କାର୍ଯ୍ୟକ୍ରମରେ ଦେବେନ୍ଦ୍ର ମାଝୀ ଡାଇରେକ୍ଟର ଆମ୍ବେଦକର ରାଷ୍ଟ୍ରୀୟ ନିର୍ଦ୍ଦେଶାଳୟ, ବାଦଲ ସିକଦର, ଦଇତାରୀ ପଣ୍ଡା, ସୁରେଶ ପଣ୍ଡା, ଯୋଗେନ୍ଦ୍ର ପରିଡ଼ା, ହେମେନ୍ଦ୍ର ସାହୁ, ଚକ୍ରଧର ଜେନା ସମ୍ପାଦକ, ଦିଲୀପ ମହାପାତ୍ର ସଭାପତି, ଲୋକେଶ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ଶ୍ରୀଯୁକ୍ତ ସାମନ୍ତରାୟଙ୍କୁ ମାନପତ୍ର, ଉପଢୌକନ, ବାର୍ଷିକ ପୁସ୍ତିକା ଏବଂ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ମାନିତ କରାଯାଇଛି । ସାମନ୍ତରାୟ ଏହି ସମ୍ମାନ ପାଇଁ ଅତିରିକ୍ତ ଖୁସି ଜାହିର କରିଛନ୍ତି । ଆଧ୍ୟାତ୍ମିକ ସାହିତ୍ୟର ବହୁଳ ପ୍ରଚାର ପ୍ରସାର ଉପରେ ଗୁରୁତ୍ବ ଦେଲେ ସମାଜର ବୌଦ୍ଧିକ ବିକାଶ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।