ତୃଣମୂଳ ସ୍ତରରେ କନିଷ୍ଠ ରେଡ଼ କ୍ରସ ଗଠିତ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ବିଦ୍ୟାଳୟ ସ୍ତରରୁ ରେଡ଼କ୍ରସ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବା ପାଇଁ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଜୁନିୟର ରେଡ଼ କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳ ନାରାୟଣପାଟଣା ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ନାରାୟଣପାଟଣା, ଓଡିଶା ଆଦର୍ଶ ବିଦ୍ୟାଳୟ ନାରାୟଣପାଟଣା, ସରକାରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଶିରିଗୁଡା, ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଗାମ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନାରାୟଣପାଟଣା ପରିଦର୍ଶନ କରି ବିଦ୍ୟାଳୟର ଜୁନିୟର ରେଡ଼ କ୍ରସ କାର୍ଯ୍ୟ ତଦାରଖ କରିଥିଲେ। ଏଥି ସହିତ ବିଦ୍ୟାଳୟମାନଙ୍କରେ କିଭଳି ଜୁନିୟର ରେଡ଼ କ୍ରସ କମିଟି ଗଠନ ହେବ,ବିଭିନ୍ନ ପ୍ରକାର ରେଡ଼କ୍ରସ ସମ୍ପର୍କିତ କାର୍ଯ୍ୟକ୍ରମ କରାଯାଇ ପାରିବ ସେ ବିଷୟରେ ଶ୍ରୀ ପଣ୍ଡା ବିଦ୍ୟାଳୟର ଅଧ୍ୟକ୍ଷ, ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନଙ୍କୁ ଅବଗତ କରାଇଥିଲେ। ଜୁନିୟର ରେଡ଼ କ୍ରସ ପରାମର୍ଶଦାତା ଓ ପରାମର୍ଶଦାତ୍ରୀମାନେ ମଧ୍ୟ ରେଡ଼ କ୍ରସ କାର୍ଯ୍ୟକ୍ରମକୁ ନିଜ ନିଜ ବିଦ୍ୟାଳୟରେ ତ୍ୱରାନ୍ୱିତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।ନାରାୟଣପାଟଣା ବ୍ଲକ ସଂଯୋଜକ ପ୍ରଦୀପ କୁମାର ପଣ୍ଡା ଉପସ୍ଥିତ ରହି ନାରାୟଣପାଟଣା ବ୍ଲକର ପ୍ରତ୍ୟେକ ବିଦ୍ୟାଳୟରେ ରେଡ଼କ୍ରସ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବାପାଇଁ ବିଦ୍ୟାଳୟର ଅଧ୍ୟକ୍ଷ, ପ୍ରଧାନ ଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ମାନଙ୍କୁ ଅନୁରୋଧ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.